ଆଉ ନାହାନ୍ତି 'ନନ୍ଦ କୋଚ୍', କରୋନାରେ ଥିଲେ ଆକ୍ରାନ୍ତ

ବିଶିଷ୍ଟ ପୁଟବଲ୍ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ କରୋନାରେ ପରଲୋକ ଘଟିଛି। ନନ୍ଦ କୋଚ୍ ଓଡିଶା ପରି ରାଜ୍ୟରେ ମହିଳା ଫୁଟବଲର ସ୍ରଷ୍ଟା ଥିଲେ ।

ଭୁବନେଶ୍ବର: ଓଡ଼ିଶା ମହିଳା ଫୁଟବଲ୍ ଜଗତ ପାଇଁ ଏକ ଦୁଃଖଦ ଖବର। ମହିଳା ଫୁଟବଲ୍ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ ଦେହାନ୍ତ । ବିଶିଷ୍ଟ ପୁଟବଲ୍ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ କରୋନାରେ ପରଲୋକ ଘଟିଛି। ନନ୍ଦ କୋଚ୍ ଓଡିଶା ପରି ରାଜ୍ୟରେ ମହିଳା ଫୁଟବଲର ସ୍ରଷ୍ଟା ଥିଲେ ।

Football Coach

ସୋମବାର ରାତି ୩ଟା ସମୟରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ଏନେଇ ତାଙ୍କ ସାନ ଭାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମେ ମାସରେ ଶ୍ରୀ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଫୁଟବଲ ଜଗତରେ ସେ ଟୁଟୁ ସାର୍‌ଙ୍କ ନାମରେ ବେଶ୍‌ ପରିଚିତ ଥିଲେ। ସେ ରାଜ୍ୟରେ ଅନେକ ମହିଳା ଫୁଟବଲର ସୃଷ୍ଟି କରିଛନ୍ତି। ପାଖାପାଖୀ ୩୦ରୁ ଅଧିକ ଖେଳାଳି ତାଙ୍କଠୁ ପ୍ରଶିକ୍ଷଣ ନେଇ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ସଫଳତା ହାସଲ କରିଛନ୍ତି।

Football Coach

ସେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ଜୟନ୍ତୀ ବେହେରା, ମମତା ସାମନ୍ତ, ସୁଦୀପ୍ତ ସାହୁ, ମାମାଲି ସାହୁ, ରୁନୁ ନାୟକଙ୍କ ଭଳି ଅନେକ ଜୁନିଅର ଓ ସିନିଅର ସ୍ତରର ଆନ୍ତର୍ଜାତିକ ଖେଳାଳି ସୃଷ୍ଟି କରିଥିଲେ। ସେ ସିଏନଏନ ଆଇବିଏନ୍ ପକ୍ଷରୁ ଦିଆଯାଇଥିବା ରିଅଲ ହିରୋ ପୁରସ୍କାର ଗ୍ରହଣ କରିଥିଲେ। ଭୁବନେଶ୍ଵରରେ ରାଜ୍ୟର ଗରିବ ଓ ପ୍ରତିଭାବାନ୍ ମହିଳା ଫୁଟବଲ୍ ଖେଳାଳିଙ୍କୁ ମାଗଣାରେ ଖାଇବା ପିଇବା ଓ ଉପକରଣ ଦେଇ ନୀତା ଅମ୍ବାନି ଫୁଟବଲ୍ ଏକାଡେମୀ ଚଳାଇ ଆସୁଥିଲେ। ତାଙ୍କର ବିୟୋଗରେ କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଛି।

Football Coach
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+