‘ଦି ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ କରମୁକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଲେ ପ୍ରଯୋଜିକା ଏକତା କପୁର

ହିନ୍ଦୀ ଚଳଚ୍ଚିତ୍ର ଓ ଧାରାବାହିକ ଜଗତର ଲୋକପ୍ରିୟ ପ୍ରଯୋଜିକା ତଥା ନିର୍ଦେଶିକା ଏକତା କପୁର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ମଙ୍ଗଳବାର ସେ ଓଡ଼ିଶା ଆସି ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ରାଜ୍ୟ ସରକାର ତାଙ୍କ ଚଳଚ୍ଚିତ୍ର 'ଦି ସାବରମତୀ ରିପୋର୍ଟ'କୁ କର ଛାଡ଼ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ଏକତା। ଏଥିସହ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କୁ ଚଳଚ୍ଚିତ୍ରଟି ଦେଖିବାକୁ ଅନୁରୋଧ କରଛନ୍ତି। ଏହାପରେ ସେ ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।

The Sabarmati Report

ସୂଚନାଯୋଗ୍ୟ, ନଭେମ୍ବର ୧୫ ତାରିଖରେ ମୁକ୍ତିଲାଭ କରିଥିବା 'ଦି ସାବରମତୀ ରିପୋର୍ଟ' ଚଳଚ୍ଚିତ୍ର ସତ୍ୟ ଘଟଣା ଉପରେ ଆଧାରିତ। ୨୦୦୨ ମସିହା ଫେବୃଆରୀ ୨୭ ତାରିଖରେ ଘଟିଥିବା ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ନଭେମ୍ବର ୨୮ରେ ଓଡ଼ିଶା ସରକାର ଏହାକୁ କର ମୁକ୍ତ ଘୋଷଣା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+