ନବରାତ୍ରୀରୁ ସୁନ୍ଦରଗଡ଼ରେ ‘ପ୍ରୋଜେକ୍ଟ ଦୁର୍ଗା’
ଶାରଦୀୟ ଦୂର୍ଗା ପୂଜା ନବରାତ୍ରୀ ଓ ଅନ୍ତରାଷ୍ଟ୍ରୀୟ କନ୍ୟା ଦିବସ ଅବସରରେ ନାରୀ ସଶକ୍ତି ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି ‘ପ୍ରୋଜେକ୍ଟ ଦୁର୍ଗା’। ଏହାରି ମାଧ୍ୟମରେ ଝିଅମାନଙ୍କୁ ଆତ୍ମରକ୍ଷା ତାଲିମ ଦିଆଯିବା ସହିତ ଜାରି ହୋଇଛି ହେଲପଲାଇନ୍ ନମ୍ୱର।
ସୁନ୍ଦରଗଡ଼: ଶାରଦୀୟ ଦୂର୍ଗା ପୂଜା ନବରାତ୍ରୀ ଓ ଅନ୍ତରାଷ୍ଟ୍ରୀୟ କନ୍ୟା ଦିବସ ଅବସରରେ ନାରୀ ସଶକ୍ତି ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି 'ପ୍ରୋଜେକ୍ଟ ଦୁର୍ଗା'। ଏହାରି ମାଧ୍ୟମରେ ଝିଅମାନଙ୍କୁ ଆତ୍ମରକ୍ଷା ତାଲିମ ଦିଆଯିବା ସହିତ ଜାରି ହୋଇଛି ହେଲପଲାଇନ୍ ନମ୍ୱର। ଏଥିସହିତ କ୍ୟାରିୟର କାଉନ୍ସେଲିଂ ପାଇଁ 'ଆସ୍କ ମି ଏନି ଥିଙ୍ଗ' କରାଯିବ ବୋଲି ସୁନ୍ଦରଗଡ଼ ଏସ୍ପି ସାଗରିକା ନାଥ କହିଛନ୍ତି ।

ଆଜି ଏହି କାର୍ୟ୍ୟକ୍ରମକୁ ପଶ୍ଚିମାଞ୍ଚଳ ପୁଲିସ ଡି.ଆଇ.ଜି ନୀତି ଶେଖର ଉଦ୍ଘାଟନ କରିଥିବା ବେଳେ ଏ ଅବସରରେ ସୁନ୍ଦରଗଡ଼ର ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ଶିବିର ମାଧ୍ୟମରେ ଆତ୍ମସୁରକ୍ଷା ତାଲିମ ଆରମ୍ଭ କରାଯାଇଛି । ଆଗାମୀ ଦିନରେ ଚିହ୍ନଟ ୨୦ବିଦ୍ୟାଳୟର ଛାତ୍ରୀଙ୍କୁ ନେଇ ଏହି ତାଲିମ ଶିବିର ଜାରି ରହିବ ବୋଲି ଜଣାପଡ଼ିଛି । ମହିଳାଙ୍କୁ ଯୌନ ଉତ୍ପିଳନ ଭଳି କାର୍ୟ୍ୟ କରିବା ଯଥା- କମେଣ୍ଟ ମାରିବା, ଗାଳି ଦେବା, ମୋବାଇଲରେ ଅନୈତିକ ଫଟୋ ପଠାଇବା ଇତ୍ୟାଦି ସାମିଲ ରହିଛି ।
ଏହାଛଡ଼ା ନାରୀ ହେଲ୍ପ ଲାଇନ୍ ନମ୍ୱର ୯୪୩୮୯୧୫୮୫୪ ଲଞ୍ଚ କରାଯାଇଛି। ଝିଅମାନଙ୍କ ପାଇଁ ଏହି ହେଲ୍ପଲାଇନ୍ ନମ୍ୱର ଜାରି କରାଯାଇଛି। ସ୍କୁଲ ଓ କଲେଜରେ ଝିଅମାନେ କୌଣସି ନିର୍ଯାତନା, ଶୋଷଣରେ ଶିକାର ହେଲେ କିମ୍ୱା ଅଶ୍ଲୀଳ ଭିଡିଓ ବା ଫଟୋ ଲିକ୍ ହୋଇଥିଲେ ହେଲ୍ପ ଲାଇନ୍ ନମ୍ୱରରେ ଫୋନ୍ କରି ଜଣାଇପାରିବେ। ଜାରି ହୋଇଥିବା ହେଲ୍ପଲାଇନ୍ ନମ୍ୱରରେ ୯୪୩୮୯୧୫୮୫୪ ହ୍ୱାଟ୍ସଆପ୍ ମଧ୍ୟ ରହିଛି। ଝିଅମାନେ ଚାହିଁଲେ ସେଥିରେ ଭିଡିଓ କଲ୍ କରି ପୁଲିସ୍ ସାହାଯ୍ୟ ନେଇ ପାରିବେ। ଏହାଛଡ଼ା ହେଲ୍ପଲାଇନ୍ ହ୍ୱାଟ୍ସଆପ୍ ନମ୍ୱରରେ ଲିକ୍ ହୋଇଥିବା ଅଶ୍ଲୀଳ ଭିଡିଓ ବା ଫଟୋ ପଠାଇଲେ ପୁଲିସ୍ ଠିକଣା ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ବୋଲି ଏସ୍ପି କହିଛନ୍ତି।
ଛାତ୍ରୀମାନେ ପଢ଼ିଲା ବେଳେ କେଉଁ ପ୍ରକାର କ୍ୟାରିୟର୍ ଚୟନ କରିବେ? ତାକୁ ନେଇ ଅନେକ ସମୟରେ ଛାତ୍ରୀମାନେ ଦୁଦୁଲ୍ୟମାନ ଅବସ୍ଥାରେ ଥାଆନ୍ତି। ସେକ୍ଷେତ୍ରରେ ଛାତ୍ରୀଙ୍କ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ 'ଆସ୍କ ମି ଏନି ଥିଙ୍ଗ' ସେସନ୍ ରଖିଛୁ। ଏହାରି ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ସଶକ୍ତ ଥିବା ମହିଳାଙ୍କୁ ଆଣି ଏକ ସେସନ୍ କରିବୁ। ସେମାନେ ଝିଅମାନଙ୍କ ସହିତ ଆଲୋଚନା କରିବେ। ଝିଅମାନେ କ'ଣ ହେବାକୁ ଚାହୁଁଛନ୍ତି? ସେମାନଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇ ଆଗକୁ ବଢ଼ିବାରେ ସହାୟତା କରାଯିବ। ଏଥିରେ ବହୁମାତ୍ରାରେ ପିଲାମାନେ ଅଂଶ ଗ୍ରହଣ କରିବେ ବୋଲି ଆଶା କରୁଛି ବୋଲି ସୁନ୍ଦରଗଡ଼ ଏସ୍ପି ସାଗରିକା ନାଥ କହିଛନ୍ତି।












Click it and Unblock the Notifications