ପ୍ରଗତିଶୀଳ, ଗରିବୀ ହ୍ରାସ ଏବଂ ବିକାଶଭିତ୍ତିକ ବଜେଟ: ମୁଖ୍ୟମନ୍ତ୍ରୀ
ବଜେଟ ଉପସ୍ଥାପନ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପ୍ରଗତିଶୀଳ, ଗରିବୀ ହ୍ରାସ ଏବଂ ବିକାଶଭିତ୍ତିକ ବଜେଟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମୋଟ ୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ ହୋଇଛି । ବଜେଟ ଉପସ୍ଥାପନ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ପ୍ରଗତିଶୀଳ, ଗରିବୀ ହ୍ରାସ ଏବଂ ବିକାଶଭିତ୍ତିକ ବଜେଟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ବଜେଟକୁ ପ୍ରସଂଶା କରି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଯେଉଁ ବଜେଟ ଉପସ୍ଥାପିତ ହୋଇଛି ତାହା ହେଉଛି ଏକ ପ୍ରଗତିଶୀଳ, ଗରିବ ସ୍ୱାର୍ଥ ଏବଂ ବିକାଶଶୀଳ ଅଭିମୁଖୀ ବଜେଟ । ଏହି ବଜେଟର ଆକାର ୨ ଲକ୍ଷ କୋଟି ଟଙ୍କା ଓ କାର୍ଯ୍ୟକ୍ରମ ବଜେଟ ୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
The state budget for the year 2022-23 presented today is a progressive, pro-poor and development oriented budget. The budget size has increased to ₹2 lakh crore and the Programme Budget to ₹1 lakh crore. #PeoplesBudgetOdisha2022 pic.twitter.com/FXscyBgwpz
— Naveen Patnaik (@Naveen_Odisha) July 2, 2022
ରାଜ୍ୟର ଅଭିବୃଦ୍ଧି ହାରକୁ ଦୃତ ଗତିରେ ଆଗକୁ ନେବାକୁ ପୁଞ୍ଜି ବ୍ୟୟକୁ ସରକାର ୫୬ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିଭଳି ମିଶନ ଶକ୍ତି ପାଇଁ ୨ହଜାର କୋଟିର ସ୍ୱତନ୍ତ୍ର ବଜେଟ୍ ବରାଦ କରିଛନ୍ତି । ଏହା ରାଜ୍ୟର ୭୦ ଲକ୍ଷ ମହିଳାଙ୍କ ଆର୍ଥିକ ସ୍ୱାଧିନତାକୁ ଅଧିକ ସୁଦୃଢ କରିବ । ଭବିଷ୍ୟତରେ କୌଣସି ଦୁର୍ବିପାକ ବେଳେ ଆର୍ଥିକ ମୁକାବିଲା ପାଇଁ ସରକାର 'ବଜେଟ୍ ଷ୍ଟାବିଲାଇଜେସନ ଫଣ୍ଡ' ଗଠନ କରିଛନ୍ତି । ଯାହା ସଙ୍କଟ ସମୟରେ ରାଜ୍ୟର ଆର୍ଥିକ ପରିଚାଳନାକୁ ଆହୁରି ସୁଦୃଢ କରିବ । ୫ ଟି ଓ ମୋ ସରକାର ଆଧାରରେ ବଜେଟ ପ୍ରସ୍ତୁତ ହୋଇଛି । ଏ ବଜେଟ୍ ରାଜ୍ୟବାସୀଙ୍କ ଆଶା ଆକାଂଖ୍ୟାକୁ ନିଶ୍ଚୟ ପୂରଣ କରିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖିଛନ୍ତି ।












Click it and Unblock the Notifications