ପ୍ରଫେସର୍ ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଖ୍ୟାତନାମା ସାହିତ୍ୟିକ ପ୍ରଫେସର୍ ବୈଷ୍ଣବ ଚରଣ ସାମଲ ଚଳିତ ବର୍ଷର ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରବନ୍ଧ ପୁସ୍ତକ 'ଭୂତି ଭକ୍ତି ବିଭୂତି' ଲାଗି ସେ ଏହି ପୁରସ୍କାର ପାଇବେ ବୋଲି ସୂଚନା ମିଳିଛି।

ପ୍ରବନ୍ଧ ଓ ସମାଲୋଚନା କ୍ଷେତ୍ରରେ ବେଶ ଜଣାଶୁଣା ପ୍ରଫେସର୍ ବୈଷ୍ଣବ ଚରଣ ସାମଲ ଉତ୍କଳ ବିଶ୍ବବିଦ୍ୟାଳୟ ଓ ଶାନ୍ତିନିକେତନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପ୍ରଫେସର୍ ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ୧୨୦ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି। ୧୯୩୯ ମସିହା ଜାନୁଆରି ୨୭ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ।












Click it and Unblock the Notifications