ଭିଏସଏସୟୁଟି ନୂଆ କୁଳପତି ହେଲେ ପ୍ରଫେସର ଦୀପକ କୁମାର ସାହୁ
ଓଡିଶା ରାଜ୍ୟପାଳ ତଥା କୁଳାଧିପତି ଡ. ହରି ବାବୁ କମ୍ଭମ୍ପତି ବୁର୍ଲାର ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁଙ୍କୁ ନିଯୁକ୍ତ କରିଛନ୍ତି।

୫୯ ବର୍ଷୀୟ ପ୍ରଫେସର ସାହୁ ବର୍ତ୍ତମାନ କୋଚିନ୍ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ସ୍କୁଲ ଅଫ୍ ଇଂଜିନିୟରିଂ (ସିୟୁଏସଏଟି)ରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି। ଓୟୁଟିଆରରେ ବିଏସସି ଇଂଜିନିୟରିଂ (ସିଭିଲ୍) ପରେ ପ୍ରଫେସର ସାହୁ (ସିୟୁଏସଏଟି) ରେ ଏମ୍.ଟେକ୍ କରିଥିଲେ ଏବଂ ଆଇଆଇଟି ରୁର୍କିରୁ ପିଏଚ୍ଡି ହାସଲ୍ କରିଥିଲେ। ସେ ଏଲଏଲବି ମଧ୍ୟ କରିଛନ୍ତି।












Click it and Unblock the Notifications