Get Updates
Get notified of breaking news, exclusive insights, and must-see stories!

ରେଭେନ୍ସାର ନୂଆ କୂଳପତି ପ୍ରଫେସର ସଞ୍ଜୟ କୁମାର ନାୟକ

ରେଭେନ୍ସା ବିଶ୍ବବିଦ୍ୟାଳୟର ନୂଆ କୂଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ । ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।

ଭୁବନେଶ୍ବର: ଓଡିଶାର ସର୍ବପୁରାତନ କଲେଜର ନୂଆ କୁଳପତି । ରେଭେନ୍ସା ବିଶ୍ବବିଦ୍ୟାଳୟର ନୂଆ କୂଳପତି ହେଲେ ପ୍ରଫେସର ସଞ୍ଜୟ କୁମାର ନାୟକ । ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ୪ ବର୍ଷ ପାଇଁ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି।

ବିଗତ ୩୪ ବର୍ଷରୁ ଅଧିକ ସମୟ ହେଲା ଶିକ୍ଷାଦାନ କରି ଆସୁଥିବା ପ୍ରଫେସର ନାୟକ ୩୫ଟି ପୁସ୍ତକ ରଚନା କରିଛନ୍ତି। ତାଙ୍କ ନାଁରେ ୨୫ରୁ ଅଧିକ ଭାରତୀୟ ପ୍ୟାଟେଣ୍ଟ ଏବଂ ୩୦ରୁ ଅଧିକ ଅଭିନବ ଡିଜାଇନ ରେଜିଷ୍ଟ୍ରସନ୍ ରହିଛି। ତାଙ୍କ ଅଧୀନରେ ୪୦ ଜଣ ପିଏଚ୍‌ଡି କରିଥିବା ବେଳେ ଜଣେ ଡିଏସ୍‌ସି କରିଛନ୍ତି।

Ravenshaw University

ପ୍ରଫେସର ନାୟକ ବର୍ତ୍ତମାନ ଚେନ୍ନାଇ ସ୍ଥିତ ସେଣ୍ଟ୍ରାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିପେଟ)ର ମହାନିର୍ଦ୍ଦେଶକ ତଥା ଚିଫ୍ ଏକାଡେମିକ୍ ଅଫିସର ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ୨୦୨୦ର ଧାରା ୬ ଅନୁସାରେ ରାଜ୍ୟପାଳ ପ୍ରଫେସର ଲାଲ୍ ତାଙ୍କୁ ନିଯୁକ୍ତ କରିଛନ୍ତି। ପ୍ରେଫସର ନାୟକଙ୍କ ଯୋଗଦେବା ଦିନଠାରୁ ତାଙ୍କର କାର୍ଯ୍ୟକାଳ ଗଣତି କରାଯିବ ବୋଲି ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାରେ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+