ଉତ୍କଳ ବିଶ୍ୱବିଦ୍ୟାଳୟରେ ବେଆଇନ ଭାବେ ଦଖଲ କରିଥିବା କ୍ବାଟର ଖାଲି ପ୍ରକ୍ରିୟା ଜାରି
ଉତ୍କଳ ବିଶ୍ୱବିଦ୍ୟାଳୟରେ ବେଆଇନ ଭାବେ ଦଖଲ କରିଥିବା କ୍ବାଟର ଖାଲି ପ୍ରକ୍ରିୟା ଜାରି ରହିଛି । ,ଉତ୍କଳ ବିଶ୍ୱବିଦ୍ୟାଳୟରେ ୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଉତ୍କଳ ବିଶ୍ଵବିଦ୍ୟାଳୟର ଷ୍ଟାଫ୍ କ୍ୱାଟର ନୋଟିସ୍ର ସମୟ ସୀମା ପୂରଣ ହୋଇଛି। ବେଆଇନ ଭାବେ ବିଶ୍ଵବିଦ୍ୟାଳୟର ସରକାରୀ ବାସଭବନକୁ ଅକ୍ତିଆର କରିଥିବା ସମସ୍ତଙ୍କୁ ଚଳିତ ମାସ ୯ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶାସନ ନୋଟିସ ଜାରି କରିଥିଲା ।
ବାଣୀବିହାର କ୍ବାର୍ଟର୍ସରୁ ଗୁରୁବାର ପୂର୍ବାହ୍ନରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ହଷ୍ଟେଲରୁ ଅଣଛାତ୍ରଙ୍କୁ ବିଦା ପରେ କ୍ବାର୍ଟର୍ସ ଖାଲି କରାଯାଉଛି। ଅନଧିକୃତ ଭାବେ ମାଡ଼ି ବସିଥିବା କ୍ବାର୍ଟର୍ସ ଆଜି ଖାଲି କରାଯାଉଛି। ଉଚ୍ଛେଦବେଳେ ପୋଲିସ ଫୋର୍ସ ମୁତୟନ ରହିଛି।
ଗତକାଲି ସନ୍ଧ୍ୟ ୫ଟା ସୁଦ୍ଧା ଅକ୍ତିଆର ହୋଇଥିବା ସମସ୍ତ ବେଆଇନ ସରକାରୀ ବାସଭବନକୁ ଖାଲି କରିବାକୁ ବିଶ୍ୱବିଦ୍ୟାଳୟ କୁଳପତି ନିର୍ଦ୍ଦେଶ ଦେଇଥିଲେ। ସେଥି ମଧ୍ୟରୁ କିଛି ଏବେ ଖାଲି ହୋଇଥିବା ବେଳେ ଏବେ ଅନେକ ପୁଣି କେତେକକୁ ଅକ୍ତିଆର କରି ରଖିଛନ୍ତି। ସେମାନଙ୍କୁ ହଟାଇବା ପାଇଁ ଏବେ ୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

ବାଣୀ ବିହାର କ୍ୟାମ୍ପସ୍ରେ ୬୧୦ କ୍ୱାର୍ଟର ରହିଛି। ୪୯୨ ଷ୍ଟାଫ୍ଙ୍କୁ ଅନୁମତି ମିଳିଛି କ୍ୱାର୍ଟରରେ ରହିବା ପାଇଁ। ବାକି ୧୧୮ କ୍ୱାର୍ଟର ଖାଲି ପଡ଼ିଛି। ତା' ଭିତରୁ ୪୯ କ୍ୱାର୍ଟରରେ ଅନଧିକାର ଭାବେ ଲୋକେ ରହୁଥିଲେ। ତାଙ୍କୁ ଗତକାଲି ସନ୍ଧ୍ୟା ସୁଦ୍ଧା କ୍ୱାର୍ଟର ଛାଡ଼ିବା ପାଇଁ ନୋଟିସ ଦିଆଯାଇଥିଲା। ଅନେକ କ୍ୱାର୍ଟର ଖାଲି କରିଥିବାବେଳେ ଅନେକ ଖାଲି କରୁଛନ୍ତି। ପୁଲିସ କ୍ୟାମ୍ପସ୍ରେ ପହଞ୍ଚି ଅପରେସନ ଆରମ୍ଭ କରିଛି। ଖୁବ୍ ଶୀଘ୍ର ସମସ୍ତ କ୍ୱାର୍ଟର କିଭଳି ଖାଲି ହେବ ତା ଉପରେ ୪ ପ୍ଲାଟୁନ ପୁଲିସ ଫୋର୍ସ। ନଜର ରଖିଛନ୍ତି।












Click it and Unblock the Notifications