ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତା ଦେବା ନେଇ ପ୍ରକ୍ରିୟା ଆରମ୍ଭ, ସୂଚନା ଦେଲେ ମନ୍ତ୍ରୀ
ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତା ଦେବା ନେଇ ପ୍ରକ୍ରିୟା ଆରମ୍ଭ । ବିଧାନସଭାରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦେଲେ ଲିଖିତ ଉତ୍ତର । ବାଲିଯାତ୍ରା ସମ୍ବନ୍ଧରେ ଜ୍ଞାନ ଥିବା ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରାଯାଇଛି ।
ନୌବାଣିଜ୍ୟ ଇତିହାସ ଓ ବାଲିଯାତ୍ରା ଉପରେ ତଥ୍ୟ ସଂଗ୍ରହ କରାଯାଉଛି । ପ୍ରାମାଣିକ ଚିତ୍ର ପ୍ରସ୍ତୁତି କରି ୟୁନେସ୍କୋରେ ଉପସ୍ଥାପନ କରାଯିବ । କଟକର ଐତିହାସିକ ବାଲିଯାତ୍ରାକୁ ମିଳିସାରିଛି ଜାତୀୟ ମାନ୍ୟତା । ପୂର୍ବରୁ ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତି ଦେଇଥିଲେ ।

ଏସିଆ ମହାଦେଶର ସବୁଠାରୁ ବଡ଼ ବାଣିଜ୍ୟିକ ଯାତ୍ରା ହେଉଛି ବାଲିଯାତ୍ରା । ପ୍ରତିବର୍ଷ କଟକରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଲକ୍ଷ ଲକ୍ଷ ଲୋକ ଯାତ୍ରା ଦେଖିବା ପାଇଁ ଭିଡ଼ ଜମାନ୍ତି ।












Click it and Unblock the Notifications