ଏସ୍ସିବି ମେଡିକାଲରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଜାରି ରହିଛି ପ୍ରକ୍ରିୟା
ଏସ୍ସିବି ମେଡିକାଲରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଜାରି ରହିଛି ପ୍ରକ୍ରିୟା। ଖୁବ୍ଶୀଘ୍ର ଖାଲି ପଡ଼ିଥିବା ପଦବୀ ପୂରଣ କରାଯିବ। କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣିରେ ଭର୍ଚୁଆଲ୍ ମୋଡ୍ରେ ହାଜର ହୋଇ ହାଇକୋର୍ଟଙ୍କୁ ଅବଗତ କରାଇଲେ ସ୍ୱାସ୍ଥ୍ୟ ସଚିବ।
ଲାଲବାଗ ଥାନା ନିକଟରେ ଶିଶୁ ଭବନ ଗେଟ ସମ୍ମୁଖରେ ଥିବା ଉଠା ଦୋକାନୀଙ୍କ ଭେଣ୍ଡିଂ ଜୋନ ଲାଇସେନ୍ସ ଯାଞ୍ଚ କରିବା ପାଇଁ ସିଏମ୍ସିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏହାସହ ଲାଲବାଗ ଥାନା ସମ୍ମୁଖରେ ଶିଶୁ ଭବନ ମୁଖ୍ୟ ଗେଟ ଖୋଲିବା ପାଇଁ ପଦକ୍ଷେପ ନେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳାବାଗ ଛକରୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପର୍ଯ୍ୟନ୍ତ ଥିବା ଜବରଦଖଲ ଉଚ୍ଛେଦ ପରେ ଯଦି ପୁନର୍ବାର ଜବରଦଖଲ ହୁଏ, ତା'ହେଲେ ଏଥିପାଇଁ ମଙ୍ଗଳାବାଗ ଥାନା ଆଇଆଇସି ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ହାଇକୋର୍ଟ।

ଅଚଳ ପଡ଼ିଥିବା ମେସିନ ମରାମତି କରାଯାଇ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ। ଏସ୍ସିବି ମେଡିକାଲରେ ଏମ୍ଆର୍ଆଇ ମେସିନ କିଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ମାଣ ସରିଥିବା ଶିଶୁ ଭବନର ନୂତନ ବିଲ୍ଡିଂ ଖୁବଶୀଘ୍ର ଖୋଲାଯିବ ବୋଲି କୋର୍ଟଙ୍କୁ ଅବଗତ କରାଇଲେ ସ୍ୱାସ୍ଥ୍ୟ ସଚିବ।
ଆଜିର ଶୁଣାଣିରେ ସ୍ୱାସ୍ଥ୍ୟ ବିଭାଗ ସଚିବ, ଏସ୍ସିବି ମେଡ଼ିକାଲ ଅଧିକ୍ଷକ, କଟକ ଡିସିପି, ସିଏମ୍ସି କମିଶନର, ଶିଶୁ ଭବନ ଅଧୀକ୍ଷକ ଭିସି ମାଧ୍ୟମରେ ହାଇକୋର୍ଟରେ ହାଜର ହୋଇଥିଲେ।












Click it and Unblock the Notifications