ପିଜି ସ୍ପଟ ଆଡମିସନ ପାଇଁ ଜାରି ହେଲା ବିଜ୍ଞପ୍ତି, ଜାଣନ୍ତୁ କେବେ ରହିଛି ଶେଷ ତାରିଖ
ଚଳିତ ମାସ ଶେଷ ସୁଦ୍ଧା ସ୍ପଟ ଆଡମିସନର ପ୍ରକ୍ରିୟା ଶେଷ ହେବ ବୋଲି ଧାର୍ଯ୍ୟ କରାଯାଇଛି । ଶେଷ ତାରିଖ ରହିଛି ଜାନୁୟାରୀ 31 ।
ଭୁବନେଶ୍ୱର: କରୋନା ମାହାମାରୀ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଶିକ୍ଷା ବର୍ଷ । ଫାଇନାଲ ଇୟର ପିଲାଙ୍କ ପାଇଁ ସ୍କୁଲ କଲେଜ ଖୋଲୁଥିବା ବେଳେ ଆଜି ପିଜି ସ୍ପଟ ଆଡମିସନ ପାଇଁ ବିଜ୍ଞାପ୍ତି ପ୍ରାକଶ ପାଇଛି । ତେବେ ଚଳିତ ମାସ ଶେଷ ସୁଦ୍ଧା ସ୍ପଟ ଆଡମିସନର ପ୍ରକ୍ରିୟା ଶେଷ ହେବ ବୋଲି ଧାର୍ଯ୍ୟ କରାଯାଇଛି । ଶେଷ ତାରିଖ ରହିଛି ଜାନୁୟାରୀ 31 ।
ଜାନୁୟାରୀ 22 ସଂଧ୍ୟା 5ଟା ପରେ ଯଦି କୌଣସି କଲେଜରେ କିମ୍ବା ବିଶ୍ୱ ବିଦ୍ୟାଳୟରେ ସିଟ ବଳକା ରହିଥାଏ । ସେନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ପରେ ଆଗ୍ରହୀ ଛାତ୍ରଛାତ୍ରୀମାନେ ସେହିଠାରେ ଆଡମିସନ ନେଇ ପାରିବେ ।

ସ୍ପଟ୍ ଆଡମିଶନ ଚାହୁଁଥିବା ପ୍ରାର୍ଥୀଙ୍କୁ ସେମାନଙ୍କ ପୂର୍ବ ବିଶ୍ୱବିଦ୍ୟାଳୟ / କଲେଜରୁ ବିଶ୍ୱବିଦ୍ୟାଳୟ ଛାଡ ପ୍ରମାଣପତ୍ର / କଲେଜ ଛାଡ ପ୍ରମାଣପତ୍ର ଦାଖଲ କରିବାକୁ ସର୍ବାଧିକ ସାତ ଦିନ ସମୟ ଦିଆଯିବ । ଅଣ୍ଡରଟେକିଂ ଲେଖି ଛାତ୍ରଛାତ୍ରୀ ମାନେ ତୁରନ୍ତ ଆଡମିସନ ନେଇ ପାରିବେ । ସେହିପରି CLC କିମ୍ବା ULC ପରିବର୍ତ୍ତେ ଯଦି କୌଣସି ଛାତ୍ରଛାତ୍ରୀ ମାଇଗ୍ରେସନ ସାର୍ଟିଫିକେଟ ଦାଖଲ କରନ୍ତି । ତେବେ ତାହାକୁ ଆଡିମିସନ ପ୍ରକ୍ରିୟା ପାଇଁ ଗ୍ରହଣ କରାଯିବ ।












Click it and Unblock the Notifications