ଓଡିଶା ପୋଲିସ ପ୍ରବେଶିକା ପରୀକ୍ଷାରେ ବିଭ୍ରାଟ
ଓଡିଶା ପୋଲିସ ପ୍ରବେଶିକା ପରୀକ୍ଷାରେ ବିଭ୍ରାଟ ଦେଖା ଦେଇଥିବା ଅଭିଯୋଗ । କମ୍ପ୍ୟୁଟର ବେସ୍ ଟେଷ୍ଟକୁ ନେଇ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି ।
ଭୁବନେଶ୍ୱର: ଓଡିଶା ପୋଲିସ ପ୍ରବେଶିକା ପରୀକ୍ଷାରେ ବିଭ୍ରାଟ ଦେଖା ଦେଇଥିବା ଅଭିଯୋଗ । କମ୍ପ୍ୟୁଟର ବେସ୍ ଟେଷ୍ଟକୁ ନେଇ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି । ପ୍ରଶ୍ନପତ୍ର ଡାଉନଲୋଡ ହୋଇପାରୁ ନଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ । ଘଟଣାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କଟକ, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି ।

ମିଳିଥିବା ସୂଚନାନୁସାରେ, ଆଜି ଓଡିଶା ପୋଲିସ ସବ ଇନ୍ସପେକ୍ଟର ପରୀକ୍ଷା ଥିଲା । ତେବେ ଏହି ପରୀକ୍ଷା ଗତ ମାସରେ ହେବାର ଥିଲା । ପ୍ରଶ୍ନପତ୍ର ତ୍ରୁଟି ପାଇଁ ପୂର୍ଣ୍ଣବାର ଆଜି ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ କରାଯାଇ ଥିଲା । କିନ୍ତୁ ଆଜି ପରୀକ୍ଷା କେନ୍ଦ୍ରରେ ପିଲା ପହଞ୍ଚି ପରୀକ୍ଷା ଦେବା ଆରମ୍ଭ କରିବା ବେଳକୁ ପ୍ରଶ୍ନ ପତ୍ର ଡାଉନଲୋଡ ହୋଇନଥିଲା । ଯାହାକୁ ନେଇ ରୀକ୍ଷାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ତେବେ ସଫ୍ଟଓୟାରରେ ତ୍ରୁଟି ଥିବାରୁ ଏପରି ଘଟିଥିବା କହିଛନ୍ତି ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଅଧ୍ୟକ୍ଷ ସୁଧାଂଶୁ ଷଡ଼ଙ୍ଗୀ । ପରୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ବୈଷୟିକ ତ୍ରୁଟି ପାଇଁ କିଛି ଜାଗାରେ ବିଭ୍ରାଟ ଘଟିଥିବା ସୂଚନା ମିଳିଛି ବୋଲି ସେ କହିଛନ୍ତି । ଯେଉଁମାନେ ଆଜି ପରୀକ୍ଷା ଦେଇପାରି ନାହାନ୍ତି, ସେମାନେ କାଲି ପରୀକ୍ଷା ଦେଇପାରିବେ। କେହିବି ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହେବେ ନାହିଁ। ସଫ୍ଟୱେୟାରରେ ତ୍ରୁଟି ହୋଇଥିବା ସେ କହିଛନ୍ତି ।












Click it and Unblock the Notifications