କୋରାପୁଟର ଦେଶୀ ପିଜୁଳିକୁ ପ୍ରଶଂସା କଲେ ପ୍ରିୟଙ୍କା ଚୋପ୍ରା

ପିଜୁଳି ପ୍ରେମରେ ପିସି ମାନେ ପ୍ରିୟଙ୍କା ଚୋପ୍ରା । ତଳମାଳିରେ ଫିଲ୍ମ SSMB-29ର ସୁଟିଂ ସାରି ଫେରିବା ବେଳେ ସାଙ୍ଗରେ ପ୍ରିୟଙ୍କା ନେଇଛନ୍ତି କୋରାପୁଟ ସୌନ୍ଦର୍ଯ୍ୟର ଅପାସୋରା ସ୍ମୃତି । ବାଟରେ ପିଜୁଳି କିଣି ଖାଇବା ସହ ସୋସିଆଲ ମିଡିଆରେ ପୋଷ୍ଟ ବି କରିଛନ୍ତି। ସେପଟେ ପାନ୍ ଇଣ୍ଡିଆ ନିର୍ଦ୍ଦେଶକ ରାଜାମୌଲି ବି କୋରାପୁଟ ସୁନ୍ଦରପଣର ଢେର ପ୍ରଶଂସା କରିଛନ୍ତି।

Priyanka Chopra

ଙ୍କା ଚୋପ୍ରା । ହେଲେ କୋରାପୁଟ ଛାଡ଼ିବା ବେଳେ ସାଙ୍ଗରେ ନେଇଯାଇଛନ୍ତି ଅନେକ ଅଭୁଲା ସ୍ମୃତି । ରାସ୍ତାରେ ଗୋଧୂଳି ବେଳର ଚିତ୍ର କଏଦ କରିଛନ୍ତି କ୍ୟାମେରାରେ । ଅତ୍ୟନ୍ତ ଖୁସିର ସହ ତାକୁ ସୋସିଆଲ ମିଡିଆରେ ଅପଲୋଡ ବି କରିଛନ୍ତି । ତେବେ ପ୍ରିୟଙ୍କାଙ୍କୁ କିନ୍ତୁ ସବୁଠୁ ଭଲ ଲାଗିଛି ପିଜୁଳି । ବିଶାଖାପାଟଣା ଏୟାରପୋର୍ଟ ଯିବା ବେଳେ ଟ୍ରାଫିକ୍ ପୋଷ୍ଟ ନିକଟରେ ଜଣେ ମହିଳାଙ୍କ ଠାରୁ ପିଜୁଳି କିଣିଥିଲେ ପ୍ରିୟଙ୍କା। ଏହି ସମୟରେ ଯାହା ଘଟିଥିଲା ତାହା ତାଙ୍କୁ ବେଶୀ ପ୍ରଭାବିତ କରିଛି ବୋଲି କହିଛନ୍ତି ପିସି ।

କେବଳ ପ୍ରିୟଙ୍କା କାହିଁକି ଫେରିବା ପୂର୍ବରୁ ଫିଲ୍ମର ପୁରା ଟିମ୍ ପକ୍ଷରୁ କୋରାପୁଟର ଆତିଥେୟତାକୁ ଧନ୍ୟବାଦ ଜଣାଇଥିଲେ ପ୍ରିୟଙ୍କା ଓ ନିର୍ଦ୍ଦେଶକ ଏସ୍.ଏସ୍ ରାଜାମୌଲି। ହାତ ଲେଖା ସହ ଭୁରି ଭୁରି ପ୍ରଶଂସା କରିଥିଲେ କୋରାପୁଟର ଅପୂର୍ବ ସୌନ୍ଦର୍ଯ୍ୟର । ଡିରେକ୍ଟର ରାଜାମୌଲି ବି ହାଇଦ୍ରାବାଦରେ ପହଞ୍ଚିବା ପରେ ନିଜ ଇନଷ୍ଟା ପେଜରେ କୋରାପୁଟ, ତଳମାଳି ଓ ଦେଓମାଳିର ସୁନ୍ଦରତାକୁ ପ୍ରଶଂସା କରିବା ସହ ସଫା ରଖିବା ନେଇ ଦେଇଥିଲେ ବାର୍ତ୍ତା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+