• search
For Quick Alerts
Turn On Notification  
For Daily Alerts

ଘରୋଇ ହସ୍ପିଟାଲରେ କୋଭିଡ୍‌ ରୋଗୀଙ୍କ ପାଇଁ ହେବ ଶଯ୍ୟା ସଂରକ୍ଷଣ

|

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କରୋନାର ଦ୍ବିତୀୟ ଲହରୀ । ଦୈନିକ ସଂକ୍ରମଣ ପାଞ୍ଚ ହାଜର ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଧିରେ ଧିରେ ବଢିବାରେ ଲାଗାଲାଣି । ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ଘରୋଇ ହସ୍ପିଟାଲରେ କୋଭିଡ୍‌ ରୋଗୀଙ୍କ ପାଇଁ ହେବ ଶଯ୍ୟା ସଂରକ୍ଷଣ ।

hospital bed

କୋଭିଡ୍‌ ରୋଗୀଙ୍କ ପାଇଁ ୫୦ ପ୍ରତିଶତ ଶଯ୍ୟା ସଂରକ୍ଷଣ ରହିବ । ସାଧାରଣ ବେଡ୍‌ ସହ ଭେଣ୍ଟିଲେଟର ଓ ICU ବେଡ୍‌ ସଂରକ୍ଷଣ କରାଯିବ । ଯେଉଁ ଘରୋଇ ହସ୍ପିଟାଲରେ ୩୦ରୁ ଅଧିକ ICU ଥିବ ସେଠାରେ ଏହି ନିୟମ ଲାଗୁ ହେବ ।

ତେବେ ଏହି ସବୁ ବେଡର ମୂଲ୍ୟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଏହାଠୁ ଅଧିକ ମୂଲ୍ୟ ନେଲେ ହେବ କାର୍ଯ୍ୟନୁଷ୍ଠାନ ।

hospital bed
  • ସାଧାରଣ ବେଡର ମୂଲ୍ଯ ଦିନ ପିଛା 1200 ଟଙ୍କାରୁ 3000 ଟଙ୍କା ରହିଛି ।
  • ଆଇସିୟୁ ବେଡର ମୂଲ୍ୟ 2000 ଟଙ୍କାରୁ 5000 ଟଙ୍କା ପର୍ଯ୍ୟନ୍ତ ରହିଛି ।
  • ସେହିପରି ଆଇସିୟୁ ସହ ଭେଣ୍ଟିଲେଟର ବେଡର ମୂଲ୍ୟ ଦୁଇ ହଜାର ଟଙ୍କାରୁ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତି ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Private hospitals will have beds for covid 19 Patients
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X