ଘରୋଇ ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ପାଇଁ ହେବ ଶଯ୍ୟା ସଂରକ୍ଷଣ
ରାଜ୍ୟର ଘରୋଇ ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ପାଇଁ ହେବ ଶଯ୍ୟା ସଂରକ୍ଷଣ । କୋଭିଡ୍ ରୋଗୀଙ୍କ ପାଇଁ ୫୦ ପ୍ରତିଶତ ଶଯ୍ୟା ସଂରକ୍ଷଣ ରହିବ ।
ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କରୋନାର ଦ୍ବିତୀୟ ଲହରୀ । ଦୈନିକ ସଂକ୍ରମଣ ପାଞ୍ଚ ହାଜର ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଧିରେ ଧିରେ ବଢିବାରେ ଲାଗାଲାଣି । ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ଘରୋଇ ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ପାଇଁ ହେବ ଶଯ୍ୟା ସଂରକ୍ଷଣ ।

କୋଭିଡ୍ ରୋଗୀଙ୍କ ପାଇଁ ୫୦ ପ୍ରତିଶତ ଶଯ୍ୟା ସଂରକ୍ଷଣ ରହିବ । ସାଧାରଣ ବେଡ୍ ସହ ଭେଣ୍ଟିଲେଟର ଓ ICU ବେଡ୍ ସଂରକ୍ଷଣ କରାଯିବ । ଯେଉଁ ଘରୋଇ ହସ୍ପିଟାଲରେ ୩୦ରୁ ଅଧିକ ICU ଥିବ ସେଠାରେ ଏହି ନିୟମ ଲାଗୁ ହେବ ।
ତେବେ ଏହି ସବୁ ବେଡର ମୂଲ୍ୟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଏହାଠୁ ଅଧିକ ମୂଲ୍ୟ ନେଲେ ହେବ କାର୍ଯ୍ୟନୁଷ୍ଠାନ ।

- ସାଧାରଣ ବେଡର ମୂଲ୍ଯ ଦିନ ପିଛା 1200 ଟଙ୍କାରୁ 3000 ଟଙ୍କା ରହିଛି ।
- ଆଇସିୟୁ ବେଡର ମୂଲ୍ୟ 2000 ଟଙ୍କାରୁ 5000 ଟଙ୍କା ପର୍ଯ୍ୟନ୍ତ ରହିଛି ।
- ସେହିପରି ଆଇସିୟୁ ସହ ଭେଣ୍ଟିଲେଟର ବେଡର ମୂଲ୍ୟ ଦୁଇ ହଜାର ଟଙ୍କାରୁ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତି ରହିଛି ।












Click it and Unblock the Notifications