'ଟିକାକରଣ ପାଇଁ ଭିତ୍ତିଭୂମି ସଜାଡ଼ନ୍ତୁ ଘରୋଇ ହସ୍ପିଟାଲ'
କରୋନାକୁ ଚେକ ଦେବା ପାଇଁ ଆଗାମୀ ଦିନରେ ଘରୋଇ ହସ୍ପିଟାଲମାନଙ୍କରେ ମଧ୍ୟ ହେବ ଟିକାକରଣ । ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦର ଅନୁସାରେ ହେବ ଟିକାକରଣ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି ।
ଭୁବନେଶ୍ୱର: କରୋନାକୁ ଚେକ ଦେବା ପାଇଁ ଆଗାମୀ ଦିନରେ ଘରୋଇ ହସ୍ପିଟାଲମାନଙ୍କରେ ମଧ୍ୟ ହେବ ଟିକାକରଣ । ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦର ଅନୁସାରେ ହେବ ଟିକାକରଣ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ଚିଠିରେ ସେ ସିଧାସଳଖ ଲେଖିଛନ୍ତି ଯେ, ସବୁ ଘରୋଇ ହସ୍ପିଟାଲଗୁଡ଼ିକ ଟିକାକରଣ ପାଇଁ ଭିତ୍ତିଭୂମି ସଜାଡ଼ିବା ସହ ପ୍ରସ୍ତୁତ ହୋଇ ରୁହନ୍ତୁ । ନିଜେ ଟିକା କିଣି ଲୋକଙ୍କୁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦରରେ ଟିକା ଦିଅନ୍ତୁ । ତେବେ କୌଣସି ଘରୋଇ ହସ୍ପିଟାଲରେ ଅଫ୍-ଲାଇନ ଟିକାକରଣ କରିବାକୁ ଚିଠିରେ ସିଧାସଳଖ ମନା କରାଯାଇଛି । ଟିକାକରଣ ପୂର୍ବରୁ ଟିକାର ଦର କୋଓ୍ୱିନ୍ ଆପ ଜରିଆରେ ଜଣାଇବା ପାଇଁ ଘରୋଇ ହସ୍ପିଟାଲଗୁଡ଼ିକୁ କଡ଼ା ନିର୍ଦ୍ଦେଶ ରହିଛି ।
ମିଳିଥିବା ସୂଚନାନୁସାରେ, ୩ଟି ଘରୋଇ ହସ୍ପିଟାଲ ୧୨ ହଜାର ଲେଖାଏଁ ଟିକା ପାଇଁ ଟିକା ଉତ୍ପାଦନକାରୀ ସଂସ୍ଥାକୁ ଅର୍ଡର ଦେଇଛନ୍ତି ।












Click it and Unblock the Notifications