ଲକଡାଉନ ପରେ ବି ଗଡି ନ ପାରେ ଘରୋଇ ବସ୍, ଜାଣନ୍ତୁ କାରଣ...
ତୃତୀୟ ପର୍ଯ୍ୟାୟ ଲକଡାଉନରେ ମଧ୍ୟ ବସ ଚଳାଚଳ ବନ୍ଦ ରହିଛି । ତେବେ ଲକଡାଉନ ଖୋଲିବା ପରେ ମଧ୍ୟ ଘରୋଇ ବସ୍ ନ ଗଡିବା ନେଇ ଅନୁମାନ କରଯାଉଛି ।
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା କରୋନାର ଦ୍ବିତୀୟ ଲହରୀକୁ ଚେକ ଦେବା ପାଇଁ ରାଜ୍ୟ ସରକାର ଲଗାଇଛନ୍ତି ଲକଡାଉନ । ଏହି ତୃତୀୟ ପର୍ଯ୍ୟାୟ ଲକଡାଉନରେ ମଧ୍ୟ ବସ ଚଳାଚଳ ବନ୍ଦ ରହିଛି । ତେବେ ଲକଡାଉନ ଖୋଲିବା ପରେ ମଧ୍ୟ ଘରୋଇ ବସ୍ ନ ଗଡିବା ନେଇ ଅନୁମାନ କରଯାଉଛି ।

କାରଣ ଡିସେମ୍ବର ଶେଷ ଯାଏଁ ୧୦ ହଜାରରୁ ଅଧିକ ବସ୍ ଅଫ୍ରୋଡ ହୋଇଛି। ତେବେ ବସ୍ ଚାଲିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗ ବସ୍ ମାଲିକ ସଂଘ ଲୋଡ଼ିଛନ୍ତି। ୩ ଦଫା ଦାବି ସହ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଲାଛି ସଂଘ।
ଅଫ୍ରୋଡ ହୋଇଥିବା ବସ୍ ଗୁଡିକୁ ଚଳାଚଳ ପାଇଁ ସରକାର ଅନୁମତି ପ୍ରଦାନ କରିବା ସହ ବସ୍ କର୍ମଚାରୀ ଓ ମାଲିକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସଂଘ ଦାବି କରିଛି। ଏପ୍ରେଲ ଓ ମେ ମାସ ପାଇଁ ସରକାର ଟିକସ ଛାଡ଼ କରିଥିଲେ । ତେବେ ଲକ୍ଡାଉନ ଯାଏଁ ଟିକସ ଛାଡିବାକୁ ସଂଘ ଦାବି କରିଛି। ଏହାସହ ଦୀର୍ଘଦିନ ଧରି ବସ୍ ଗୁଡିକ ପଡ଼ି ରହିବା ଫଳରେ ଟାୟାର, ବ୍ୟାଟେରି ପ୍ରଭୁତି ଆନୁସଙ୍ଗିକ ସାମଗ୍ରୀ ନଷ୍ଟ ହୋଇଥିବାରୁ ଗାଡ଼ି ଚାଲିବା ପାଇଁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ସଂଘ ଦାବି କରିଛି।












Click it and Unblock the Notifications