କୁଚିଣ୍ଡାରୁ ଗଡୁନାହିଁ ଘରୋଇ ବସ୍; ଯାତ୍ରୀ ହଇରାଣ
କୁଚିଣ୍ଡାରୁ ଗଡୁନାହିଁ ଘରୋଇ ବସ୍। ବସ ଚଳାଚଳ ବନ୍ଦ ନେଇ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ। କୁଚିଣ୍ଡା - ଝାରସୁଗୁଡା ଘରୋଇ ବସ ମାଲିକ ସଂଘର ବିବାଦରେ କୁଚିଣ୍ଡା ଥାନା ଅଧିକାରୀଙ୍କ ହସ୍ତକ୍ଷେପକୁ ବିରୋଧ କରି ଏଭଳି ଡାକରା ଦେଇଛି ସଂଘ ।
କୁଚିଣ୍ଡା-ଝାରସୁଗୁଡା ଘରୋଇ ବସ ମାଲିକ ସଂଘ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା। ଗତକାଲି ଝାରସୁଗୁଡା ଘରୋଇ ବସ ମାଲିକ ସଂଘ କୁଚିଣ୍ଡାରୁ ଯାଉଥିବା ଏକ ବସକୁ ପ୍ରଥମେ ଅଟକ ରଖିଥିଲେ। ଏହା ଜାଣିବା ପରେ କୁଚିଣ୍ଡା ଘରୋଇ ବସ ମାଲିକ ସଂଘ ଝାରସୁଗୁଡା ଯାଉଥିବା ଏକ ବସକୁ ଅଟକ ରଖିଥିଲେ। ହେଲେ କୁଚିଣ୍ଡା ଥାନା ଅଧିକାରୀ ଏହି ଘଟଣାର ହସ୍ତକ୍ଷେପ କରି କୁଚିଣ୍ଡା ଘରୋଇ ବସ ମାଲିକ ସଂଘ ଅଟକ ରଖିଥିବା ବସକୁ ଛାଡ଼ି ଦେଇଥିଲେ। ହେଲେ ଝାରସୁଗୁଡା ଘରୋଇ ବସ ମାଲିକ ସଂଘ କୁଚିଣ୍ଡାର ବସ୍ ଟିକୁ ଛାଡ଼ି ନଥଲେ। ଯାହକୁ ବିରୋଧ କରିଥିଲା କୁଚିଣ୍ଡା ଘରୋଇ ବସ ମାଲିକ ସଂଘ।

କାହିଁକି କୁଚିଣ୍ଡା ଥାନା ଅଧିକାରୀ ହସ୍ତକ୍ଷେପ କରି ବସ୍ଟିକୁ ଛାଡ଼ିଦେଲେ ତାକୁ ନେଇ ପ୍ରତିବାଦ କରିଥିଲେ। ଏହାରି ପ୍ରତିବାଦରେ ଆଜି କୁଚିଣ୍ଡା ଘରୋଇ ବସ ମାଲିକ ସଂଘ ବସ ଚଳାଚଳ ବନ୍ଦ ନେଇ ଡାକରା ଦେଇଛି। ଏନେଇ ଉପ ଜିଲ୍ଲାପାଳ, ଏସଡିପିଓ, ଥାନା ଅଧିକାରୀଙ୍କୁ ଦାବି ଜଣାଇଛି ଘରୋଇ ବସ୍ ମାଲିକ ସଂଘ। ଫଳରେ କୁଚିଣ୍ଡାରୁ ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ ଓ ରାଉରକେଲାକୁ ବସ୍ ଚଳାଚଳ ବନ୍ଦ ରହିଛି।












Click it and Unblock the Notifications