Get Updates
Get notified of breaking news, exclusive insights, and must-see stories!

ସ୍ୱାଭାବିକ ହେଉଛି ସ୍ଥିତି, ଆରମ୍ଭ ହେଲା ଘରୋଇ ବସ୍ ସେବା

ଦୁଇ ଦିନ ପରେ ସ୍ୱାଭାବିକ ହୋଇଛି ବସ ଚଳାଚଳ । ଆଜି ସକାଳୁ ରାଜ୍ୟର ବିଭିନ୍ନ ସହରକୁ ବସ୍ ଗଡିବା ଆରମ୍ଭ ହୋଇଛି । ଆନ୍ଦୋଳନକୁ ଓହରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ ।

bus

ଭୁବନେଶ୍ୱର:ଦୁଇ ଦିନ ପରେ ସ୍ୱାଭାବିକ ହୋଇଛି ବସ ଚଳାଚଳ । ଆଜି ସକାଳୁ ରାଜ୍ୟର ବିଭିନ୍ନ ସହରକୁ ବସ୍ ଗଡିବା ଆରମ୍ଭ ହୋଇଛି । ଆନ୍ଦୋଳନକୁ ଓହରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ଏନେଇ ସୂଚନା ଦେଲେ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ।

ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛ କହିଛନ୍ତ, ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ସଂଘର ଆଲୋଚନା ଫଳପ୍ରଦ ହୋଇଛି । ଆମ ଦାବି ୩ ମାସ ମଧ୍ୟରେ ପୂରଣ କରିବା ପାଇଁ ସରକାର ପ୍ରକିଶ୍ରୁତି ଦେଇଛନ୍ତି, ଯାହା ପରେ ଆଜି ସକାଳୁ ରାଜ୍ୟର କିଛି କିଛି ସ୍ଥାନରେ ଘରୋଇ ବସ ସେବା ଆରମ୍ଭ ହୋଇଛି । ହେଲେ ଏବେ ମଧ୍ୟ କିଛି ସ୍ଥାନରେ ବସ୍ ଚଳାଚଳ ହୋଇ ପାରୁ ନାହିଁ । ବର୍ତ୍ତମାନ ସବୁ କିଛି ଠିକ୍ କରିବା ପାଇଁ ଚେଷ୍ଟା ଜାରି ରହିଛି । ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାସ୍ତାରେ କେହି ଗାଡି ଅଟକାଇ ନାହାଁନ୍ତି । ସୁରୁଖୁରୁରେ ବସ ଚଳାଚଳ ହେଉଛି । ସ୍ଥିତି ଉପରେ ରଖାଯାଇଛି ନଜର ।

ସେପଟେ ରାସ୍ତାରେ ଅଟକି ରହିଛି ତେଲ ଟ୍ୟାଙ୍କର । ଆନ୍ଦୋଳନର ଦ୍ୱିତୀୟ ଦିନରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ତେଲ ସରି ସରି ଆସୁଛି । ଆଉ ୨ ରୁ ୩ ଦିନ ଯାଏଁ ରାଜ୍ୟରେ ଏପରି ସ୍ଥିତି ଦେଖିବା ପାଇଁ ମିଳିବ । ରାଜଧାନୀର କିଛି ପେଟ୍ରୋଲ ଟାଙ୍କି ବନ୍ଦ ହୋଇଯାଇଥିବା ବେଳେ କିଛି ପେଟ୍ରୋଲ ଟାଙ୍କିରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+