ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ଘୋଷଣା; ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲିବନି

ଓଡ଼ିଶାକୁ ମଦମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେଣି ସରକାର । ଓଡ଼ିଶାକୁ ମଦ ଓ ନିଶା ମୁକ୍ତ କରିବାକୁ ଯୋଜନା କରୁଛନ୍ତି ବିଜେପି ସରକାର । ଆଉ ଏହାରି ଭିତରେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟରେ ଖୋଲିବନି ଆଉ ନୂଆ ମଦ ଦୋକାନ। ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଚୋରା ମଦ କିପରି ବନ୍ଦ ହେବ ସେନେଇ ବଡ ଚ୍ୟାଲେଞ୍ଜ ରହିଛି। ଆଗାମୀ ବର୍ଷଠାରୁ ରାଜ୍ୟରେ ଚୋରା ମଦ ଚାଲାଣ ବନ୍ଦ ହେବ। ସେ ଆଧାରରେ ଆଗକୁ ଆମୂଳଚୂଳ ପରିବର୍ତ୍ତନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Prithviraj Harichandan s big announcement

ଅନ୍ୟପଟେ, ଆସନ୍ତା ବର୍ଷ ଯେଉଁ ମଦନୀତି ହେବ, ସେଥିରେ ଓଡିଶାରୁ ଚୋରାମଦ ବିକ୍ରି ବନ୍ଦ କରିବାକୁ ନୀତି ବାହାର କରାଯିବ। ଯେଉଁ ମଦ ନୀତି ଥିଲା, ସେଥିରେ କିଛି ସାବଲୀଳ କରାଯିବ। ଅନ୍ୟପଟେ ଯେଉଁ କିଛି ସମସ୍ୟା ରହିଥିଲା, ତାକୁ କିପରି ସୂଚାରୁରୂପେ କରାଯିବ ସେ ଦିଗରେ ପ୍ରଚେଷ୍ଟା କରାଯାଉଛି ବୋଲି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହା ସହ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଖଣି ଓ ଖାଦାନ କର ଦେଉନଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ମିଳିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+