ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ; ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ । ଦାରୁ କିପରି ଗଲା ତଦନ୍ତ ହେଲା ପରେ ସବୁ ସ୍ପଷ୍ଟ ହେବ । ଜଗନ୍ନାଥ ମନ୍ଦିର କରିବାରେ କିଛି ଅସୁବିଧା ନାହିଁ ବୋଲି କହିଲେ ମନ୍ତ୍ରୀ ।

ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ବିବାଦୀୟ ହୋଇଥିବା ଶ୍ରୀମନ୍ଦିରର ସେବାୟତ ତଥା ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନେଇ ଏବେ ଚର୍ଚ୍ଚା।

Prithviraj Harichandan

ବଙ୍ଗଳା ଟିଭି ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କହିଥିଲେ, ପୁରୀ ମନ୍ଦିର ଦାରୁ ବିଗ୍ରହଙ୍କ ନବକଳେବର ସମୟରେ ବଳିଯାଇଥିବା କାଠରେ ଦୀଘା ମନ୍ଦିର ଠାକୁରଙ୍କ ମୂର୍ତ୍ତି ନିର୍ମାଣ କରାଯାଇଛି । ତେବେ ସେ ପୁରୀରେ ପହଂଚିବା ପରେ ସ୍ବର ବଦଳାଇ ଏହାକୁ ଖଣ୍ଡନ କରିଛନ୍ତି ।

ସେ କହିଥିଲେ, ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟନ ଉତ୍ସବରେ ଯୋଗଦେବାକୁ ଯାଇଥିଲି। ତେବେ କେତେକ ଗଣମାଧ୍ୟମରେ ଏନେଇ କିଛି ଭ୍ରମାତ୍ମକ ତଥ୍ୟ ଉପସ୍ଥପାନ କରାଯାଉଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଉଛି। ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ବିଶ୍ୱର ଠାକୁର। ଯେଉଁଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଉଛି, ସେଠାକୁ ବିଭିନ୍ନ ସେବାୟତ, ଗଜପତି, ଶଙ୍କରାଚାର୍ଯ୍ୟ, ଦଇତାପତିମାନେ ଯାଉଛନ୍ତି।

ସେହିପରି ବ୍ରାହ୍ମଣ ଓ ପୁରୋହିତମାନଙ୍କୁ ନିମନ୍ତ୍ରଣ କରାଯାଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋର ଶିଷ୍ୟା। ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ମୋତେ ନିମନ୍ତ୍ରଣ କରାଯାଇବାରୁ ମୁଁ ଯୋଗଦେଇଥିଲି। ଗତ ମାସ ୨୩ ତାରିଖରେ ଯଜ୍ଞ ଆରମ୍ଭ ହୋଇ ୨୯ରେ ପୂର୍ଣ୍ଣାହୂତି ଦିଆଯାଇଥିଲା। ୩୦ରେ ସିଂହାସନରେ ଠାକୁରଙ୍କୁ ପ୍ରତିଷ୍ଠା କରାଯାଇଥିଲା। ଲିମ୍ବକାଠରେ ମୂର୍ତ୍ତି ନିର୍ମିତ ହୋଇଛି। ପୂର୍ବରୁ ପଥରରେ ମୂର୍ତ୍ତି ଥିଲା, କିନ୍ତୁ ତାହା ପୂଜା ହେଉ ନ ଥିଲା।

ସେଠାରେ ପଥର ମୂର୍ତ୍ତିି ସ୍ଥାପନ କରାଯାଇଥିବାବେଳେ ଏହାକୁ ମୁଁ ବିରୋଧ କରିଥିଲି। ତେଣୁ ପୁରୀରୁ ନିମ୍ବକାଠରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହିତ ମାଧବଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ନିଆଯାଇଥିଲା। ଉଚ୍ଚତା ଅଢେଇରୁ ୩ ଫୁଟ। ଏହି ମୂର୍ତ୍ତିକୁ ଆମେ ନେଇ ଦୀଘା ଜଗନ୍ନାଥ ମନ୍ଦିରରେ ଅକ୍ଷୟତୃତୀୟା ଦିନ ପ୍ରତିଷ୍ଠା କରିଥିଲୁ। ତେବେ ନବକଳେବର ସମୟରେ ମହାପ୍ରଭୁଙ୍କ ଦାରୁର ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିବା ଯାହା କୁହାଯାଉଛି, ତାହା ଠିକ୍‌ ନୁହେଁ। ବ୍ରହ୍ମ ଗୋଟିଏ ସ୍ଥାନରେ ତାହା କେବଳ ପୁରୀ ଧାମରେ ହୋଇପାରିବ। ଜଗନ୍ନାଥ ଧାମ ହେଉଛି ଶ୍ରୀକ୍ଷେତ୍ର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+