ଆକ୍ସନ ମୁଡରେ ଅବକାରୀ ମନ୍ତ୍ରୀ, ବେଆଇନି ମଦ କାରାବାର ମୂଳପୋଛ କରିବାକୁ ନିର୍ଦ୍ଦେଶ

ବର୍ତ୍ତମାନ ପୁରା ଆକ୍ସନ ମୁଡରେ ଅଛନ୍ତି ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ବେଆଇନ ମଦ କାରାବାରକୁ ମୂଳପୋଛ କରିବା ପାଇଁ ଦେଲେ ନିର୍ଦ୍ଦେଶ। ବେଆଇନ ମଦ କାରବାର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଅଗଷ୍ଟ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଚଢ଼ାଉ ଅଭିଯାନ ଆଜି ବି ଜାରି ରହିଛି। ଦୀର୍ଘ ୧୫ ଦିନ ଧରି ଚାଲିଥିବା ଏହି ଚଢ଼ାଉ ସମଗ୍ର ରାଜ୍ୟରେ ଦୀର୍ଘତମ ତଥା ସର୍ବବୃହତ ଚଢ଼ାଉ ଅଭିଯାନ ବୋଲି ବିବେଚନା କରାଯାଉଛି।

ରାଜ୍ୟ ସରକାରଙ୍କ କଡା ଆଭିମୁଖ୍ୟ ସ୍ଵରୂପ ପୂର୍ବରୁ ରହି ଆସିଥିବା ଏହି ବେଆଇନ ମଦ ଭାଟି ଓ ବିକ୍ରୟ କେନ୍ଦ୍ର ଗୁଡିକୁ ଅବକାରୀ ବିଭାଗର ବିଭିନ୍ନ ଟିମ ପକ୍ଷରୁ ଖୋଜି ବାହାର କରିବା ସହିତ ସମ୍ପୂର୍ଣ୍ଣ ରୂପେ ଭଙ୍ଗା ଯାଉଛି।

ଏହି କ୍ରମରେ ସମଗ୍ର ରାଜ୍ୟର ୧୪୪୩ଟି ବେଆଇନ ମଦ ଭାଟିକୁ ଭାଙ୍ଗି ନଷ୍ଟ କରାଯିବା ସହ ପାଖାପାଖି ୧୦ ଟିରୁ ଉର୍ଦ୍ଧ ଭାଟିକୁ ବୁଲଡୋଜର ଯୋଗେ ସମ୍ପୂର୍ଣ୍ଣ ରୂପେ ଧୂଳିସାତ କରାଯାଇଛି। ଏଥିମଧ୍ୟରୁ କେବଳ ରାଜଧାନୀର ୫୧ ଟି ବେଆଇନ ମଦ ଭାଟିକୁ ନଷ୍ଟ କରାଯାଇଛି।

prithviraj harichandan

ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ବେଆଇନ ମଦ କାରବାର ନେଇ ୩୬୧୮ ଟି ମାମଲା ରୁଜୁ ହେବା ସହିତ ୧୫୧୯ ସ୍ଥାନରେ ଚଢ଼ାଉ କରାଯାଇ ୧୯୫୭ ଜଣକୁ ଗିରଫ କରାଯାଇଛି। ଏହି କ୍ରମରେ ୧ ଲକ୍ଷ ୮୩ ହଜାର ୬୬୯ ଲିଟର ବେଆଇନ ମଦ ଏବଂ ୧୭ ଲକ୍ଷ ୨୬ ହଜାର ୫୦୯ କେଜି ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଛି। ଏଥି ସହ ବେଆଇନ କାର୍ଯ୍ୟରେ ବ୍ୟବହୃତ ୧୮୩ ଟି ଗାଡିକୁ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଜବତ ହୋଇଛି।

ଏହି ଚଢ଼ାଉ କାର୍ଯ୍ୟକ୍ରମ ସମ୍ପର୍କରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପୂର୍ବରୁ ଚାଲି ଆସିଥିବା ଏହି ସମସ୍ତ ବେଆଇନ କାରବାର ଉପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିବେ। ଆଗକୁ ଏହି ଭଳି ଅଭିଯାନକୁ ଆହୁରି ଜୋରଦାର କରାଯିବ ଏବଂ ସମସ୍ତ ବେଆଇନ କାରବାର ଉପରେ ରୋକ ଲଗାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+