ପୁରୀ ଛାଡ଼ି ନ ଯିବାକୁ ପାକ୍ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କୁ ନିର୍ଦେଶ
ପାକ୍ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କ ସହିତ ସମ୍ପର୍କ ରଖି ଅଡୁଆରେ ପଡ଼ିଛନ୍ତି ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତି। ଉଭୟଙ୍କ ଲିଙ୍କ୍ ଥିବା ସାମ୍ନାକୁ ଆସିବା ପରେ ଗୁଇନ୍ଦା ଅଧିକାରୀ ଏବଂ ପୁଲିସ ପ୍ରିୟଙ୍କାଙ୍କୁ ଶନିବାର ଜେରା କରିଛି। ମାମଲାର ତଦନ୍ତ ଚାଲିଥିବାରୁ ପ୍ରିୟଙ୍କାଙ୍କୁ ପୁରୀ ଛାଡ଼ି ନ ଯିବାକୁ ପୁଲିସ ପକ୍ଷରୁ ନିର୍ଦେଶ ଦିଆଯାଇଛି। ହରିୟାଣା ପୁଲିସ ତଥ୍ୟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏସପି ଭିନିତ ଅଗ୍ରଓ୍ବାଲ ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପ୍ରିୟଙ୍କାଙ୍କ ବଡ଼ବାପା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଗ ଦେଶ, ଝିଅ ପଛ। ଆମ ଝିଅ ଉପରେ ପୂରା ବିଶ୍ଵାସ ରହିଛି। ସେ ସେଭଳି ଝିଅ ନୁହେଁ। ତଥାପି ଯଦି ସେ ଭୁଲ କରିଥିବ କାର୍ଯ୍ୟାନୁଷ୍ଠାନ ହେଉ।
ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ଗୁପ୍ତଚର କାମ କରୁଥିବା ହରିୟାଣାର ଜ୍ୟୋତି ମାଲହୋତ୍ରାଙ୍କୁ ହିସାରରୁ ଶନିବାର ଗିରଫ କରାଯାଇଥିଲା। ତାଙ୍କ ମୋବାଇଲ ଫୋନ ଯାଞ୍ଚ ବେଳେ ସେ ପୁରୀ ଆସିଥିବା ଏବଂ ପୁରୀର ପ୍ରିୟଙ୍କା ସେନାପତିଙ୍କ ସହିତ ତାଙ୍କର ସମ୍ପର୍କ ଥିବା ଜଣାପଡ଼ିଥିଲା। ଏହା ପରେ ପୁଲିସ ପକ୍ଷରୁ ପ୍ରିୟଙ୍କାଙ୍କୁ ଜେରା କରାଯାଇଛି।












Click it and Unblock the Notifications