ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
ବ୍ରହ୍ମପୁର ଗ୍ରସ୍ତରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର । ମା' ତାରାତାରିଣୀଙ୍କ ଦର୍ଶନ କରିବା ସହିତ ସେଠାକାର ଉନ୍ନୟନମୂଳକ କାର୍ଯ୍ୟକୁ ଅନୁଧ୍ୟାନ କରିବା ସହିତ ବ୍ରହ୍ମପୁର ସହରର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ(ଆଇଟିଆଇ)କୁ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଆଇଟିଆଇକୁ ବୁଲି ଦେଖିବା ସହିତ ବିଦ୍ୟାର୍ଥୀଙ୍କ ସହିତ ଆଲୋଚନା କରିଥିଲେ ପିକେ ମିଶ୍ର ।
ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ :
ଗତକାଲି ପିକେ ମିଶ୍ର ପ୍ରଥମେ ବ୍ରହ୍ମପୁର ସହରରୁ ସିଧାସଳଖ ମା' ତାରାତାରିଣୀଙ୍କ ପୀଠରେ ପହଞ୍ଚି ପରିବାର ସହିତ ଦର୍ଶନ କରିଛନ୍ତି । ସେଠାରେ ପ୍ରାୟ ୩୦ ମିନିଟ୍ ଧରି ରହିବା ସହିତ ପୁଜାର୍ଚ୍ଚନା କରିଥିଲେ । ପରେ ପୀଠରେ କିପରି ଚାଲିଛି ସରକାରଙ୍କ ଉନ୍ନୟନମୂଳକ କାଯ୍ୟ ତାହାକୁ ବୁଲି ଦେଖିବା ସହିତ ଉପସ୍ଥିତ ଅଧିକାରୀଙ୍କୁ ପଚାରି ବୁଝିଥିଲେ । ରୁଷିକୁଲ୍ୟା ନଦୀ କୂଳର ପ୍ରାକୃତିକ ମନୋହର ଦୃଶ୍ୟକୁ ମଧ୍ୟ ଉପଭୋଗ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଗ୍ରସ୍ତ ପରେ ପୀଠର ଆହୁରି ଉନ୍ନତି ହେବ ବୋଲି ଆଶା କରିଛନ୍ତି ମୁଖ୍ୟ ପୂଜକ ବାପୁଜି ରଣା । ଏହି ଗ୍ରସ୍ତ ସମୟରେ ଭକ୍ତଙ୍କ ପାଇଁ ସୁବିଧା, ଯାତ୍ରୀଙ୍କ ପାଇଁ ରହିବା ସ୍ଥଳୀ, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କିଭଳି ଶେଷ ହେବ ସେ ନେଇ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ପିକେ ମିଶ୍ର ।

ମା'ଙ୍କ ପୀଠକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ:
ମା' ତାରାତାରିଣୀଙ୍କ ପୀଠକୁ ପ୍ରଧାନମନ୍ତ୍ରୀଙ୍କ ଦର୍ଶନ ପାଇଁ ସେବାୟତଙ୍କ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଦର୍ଶନ ଅବସରରେ ସେବାୟତ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ପ୍ରଧାନମନ୍ତ୍ରୀ ମନ୍ଦିରକୁ ନିଶ୍ଚିନ୍ତ ଆସିବେ ବୋଲି ସେବାୟତ ମାନେ ଆଶା ରଖିଥିବା କହିଛନ୍ତି ମୁଖ୍ୟପୂଜକ ବାପୁଜୀ ରଣା।












Click it and Unblock the Notifications