ଆଜିଠୁ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା’ କନକ୍ଲେଭର , ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜିଠୁ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା' କନକ୍ଲେଭର ଆୟୋଜନ ହେଉଛି । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିବ । ରାଜ୍ୟରେ ବିଜେପି ସରକାର ନେତୃତ୍ୱରେ ପ୍ରଥମଥର ପାଇଁ 'ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା' କନକ୍ଲେଭର ଆୟୋଜନ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏହି କନକ୍ଲେଭକୁ ବିଧିବଦ୍ଧ ଭାବେ ଉଦଘାଟନ କରିବେ। ୨୦ଟି ଦେଶର ପ୍ରତିନିଧି ଓ ୧୨ଟି ରାଷ୍ଟ୍ରର ନିବେଶକଙ୍କ ଉପସ୍ଥିତିରେ ଆରମ୍ଭ ହେଉଥିବା ଏହି କନକ୍ଲେଭରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ଦେଢ଼ଘଣ୍ଟା ଧରି ରହିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କନକ୍ଲେଭ ମାଧ୍ୟମରେ ଓଡ଼ିଶାକୁ ଆଉ ୫ଲକ୍ଷ କୋଟି ଟଙ୍କାର ନିବେଶ ଆସିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

Make in Odisha

ସୂଚନା ଅନୁସାରେ, ଭୁବନେଶ୍ୱରର ଜନତା ମଇଦାନଠାରେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୧ଟାରେ ଆନୁଷ୍ଠାନିକ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ମୋଦି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆଜି ଦିନ ୧୦ଟଠା ୩୫ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସେଠାରୁ ସିଧାସଳଖ ଜନତା ମଇଦାନ ଯିବେ। ସେଠାରେ ସାଢ଼େ ୧୨ଟା ପର୍ଯ୍ୟନ୍ତ ରହିବେ । ଦିନ ୧୨ଟା ୫୫ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରୁ ଡେରାଡୁନ୍ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । କେବଳ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ଆଜି ଓଡ଼ିଶା ଆସୁଛନ୍ତି । ପ୍ରଥମଥର ପାଇଁ ଓଡ଼ିଶାର ଏହି ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ସାମିଲ ହେବେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି କନକ୍ଲେଭରେ ୧୦୦ରୁ ଅଧିକ ନିବେଶକଙ୍କ ସହ ଏମଓୟୁ ସ୍ୱାକ୍ଷର ଓ ପ୍ରାୟ ୫ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିବ ବୋଲି ଆଶାବାଦୀ ଅଛନ୍ତି । ଯାହା ଆମ ରାଜ୍ୟର ଶିଳ୍ପାୟନ କ୍ଷେତ୍ରରେ ନୂଆ ଯୁଗ ହେବ ତଥା ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ମାଧ୍ୟମରେ ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ହାସଲ ସମ୍ଭବପର ହୋଇପାରିବ ବୋଲି କହିଛନ୍ତି।

ସେହିପରି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଚଳିତଥର ଉତ୍କର୍ଷ ଓଡ଼ିଶା କନକ୍ଲେଭ ଯୁଗାନ୍ତକାରୀ ଓ ଐତିହାସିକ ହେବ । ଓଡ଼ିଶାର ପ୍ରତି ଜିଲ୍ଲା କିଭଳି ଶିଳ୍ପ କ୍ଷେତ୍ରରେ ଆଗକୁ ଯିବ ତାହା ଆମର ପରିକଳ୍ପନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କନକ୍ଲେଭକୁ ଉଦଘାଟନ କରିବେ । ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏହି କନକ୍ଲେଭକୁ ଆସୁଛନ୍ତି।

ଓଡ଼ିଶାରେ ଶିଳ୍ପ ବିପ୍ଲବ ସୃଷ୍ଟି ହେବ । ୪ଟି ପ୍ଲେନାରୀ ସେସନ ହେବ । ୧୬ଟି କ୍ଷେତ୍ରୀୟ ସେସନ୍ ରହିଛି । ବିଭିନ୍ନ କ୍ଷେତ୍ରର ଶିଳ୍ପ ଓଡ଼ିଶା ଆସିବ । ଗତ ସରକାରରେ ସବୁ ସମ୍ଭାବନା ଥାଇ ବି ଓଡ଼ିଶାରେ ଶିଳ୍ପ ମରୁଭୂମି ଥିଲା । ମେକ୍ ଇନ୍ ଓଡ଼ିଶା ଯାହା ପୂର୍ବ ସରକାରରେ କରିଥିଲେ ସେଥିରେ କେବଳ ମେଟାଲ ଇଣ୍ଡଷ୍ଟ୍ରି ଆସୁଥିଲା । ଆମ ସରକାରରେ ସିପ୍ ମାନ୍ୟୁଫାକଚରିଂ, ସେମି କଣ୍ଡକ୍ଟର, ଗ୍ରୀନ୍ ଏନର୍ଜି, ପେଟ୍ରୋ କେମିକାଲ ଓ ଅକ୍ଷୟଶକ୍ତି ଉପରେ ପ୍ରାଥମିକତା ଦିଆଯାଉଛି । ମୋହନ ସରକାରରେ ୭ମାସରେ ୨ଲକ୍ଷ ୭୫ହଜାର କୋଟି ଟଙ୍କାର ନିବେଶ ପାଇଁ ୧୫୯ଟି ଶିଳ୍ପ ସଂସ୍ଥାକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ଦିଆଯାଇଛି । ଏହା ଦ୍ୱାରା ଅତିରିକ୍ତ ୨ଲକ୍ଷ ୧୫ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଓ ଭିଭିଆଇପିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୬୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ସହ ୪୦୦ଜଣ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିବା ଜଣାପଡ଼ିଛି । ଏହି କନକ୍ଲେଭ ୨୮ ଓ ୨୯ତାରିଖ ଦୁଇଦିନ ଧରି ଚାଲିବ । ୩୦ତାରିଖରୁ ଏହି କନକ୍ଲେଭ ସ୍ଥଳୀରେ 'ଗ୍ରାଣ୍ଡ ଏକ୍ସପୋ' ଆରମ୍ଭ ହେବ । ଯେଉଁଠି ଓଡ଼ିଶାର ବିଭିନ୍ନ ଶିଳ୍ପ, ଷ୍ଟାର୍ଟଅପ୍ ଆଦିର ମୋଟ ୧୫୦ଟି ଷ୍ଟଲ ପଡ଼ିବ । ରାଜ୍ୟର ମହିଳା ଓ ଯୁବଉଦ୍ୟୋଗୀମାନେ ମଧ୍ୟ ଏହି ଗ୍ରାଣ୍ଡ ଏକ୍ସପୋରେ ସାମିଲ ହେବେ ବୋଲି ସୂଚନା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+