ଝାରସୁଗୁଡା ବିମାନବନ୍ଦରରେ ଓହ୍ଲାଇ ପାରନ୍ତି ପ୍ରଧାନମନ୍ତ୍ରୀ: ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ କରିବେ
ଝାରସୁଗୁଡା : ଝାରସୁଗୁଡା ବିମାନବନ୍ଦରରେ ଓହ୍ଲାଇ ପାରନ୍ତି ପ୍ରଧାନମନ୍ତ୍ରୀ । ଯଦି ଆବଶ୍ୟକ ହୁଏ ତେବେ ଝାରସୁଗୁଡା ଆସି ପାରନ୍ତି ପ୍ରଧାନମନ୍ତ୍ରୀ । ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀଙ୍କ ବିମାନବନ୍ଦରରେ ଅବତରଣ କରିବା ସମ୍ଭାବନାକୁ ଦେଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କିପରି କରାଯିବ ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ।
ପ୍ରତିରକ୍ଷା ବିଭାଗର ବିମାନରେ ଆସି ଝାରସୁଗୁଡାରେ ଓହ୍ଲାଇ ପାରନ୍ତି । ପୁଣି ଏଠାରୁ ହେଲିକ୍ୟାପ୍ଟର ଯୋଗେ ରାୟଗଡ ଯିବାର କାର୍ଯ୍ୟକ୍ରମ ରହିଛି । ଯଦି ଆବଶ୍ୟକ ହୁଏ ତେବେ ଝାରସୁଗୁଡା ଆସି ପାରନ୍ତି ପ୍ରଧାନମନ୍ତ୍ରୀ । ଏଭଳି ସୂଚନା ପାଇବା ପରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ସନ୍ଧ୍ୟାରେ ଏକ ଜରୁରୀ ବୈଠକ କରାଯାଇଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟପ୍ରଦେଶ ଓ ଛତିଶଗଡ଼କୁ ଆଜି ଦିନିକିଆ ଗସ୍ତ କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟପ୍ରଦେଶର ବୀଣା ଠାରେ କାର୍ଯ୍ୟକ୍ରମ ସାରି ଛତିଶଗଡ଼ ରାୟଗଡ ଜିଲା କୋଡାତରାଇରେ ୬୪୦୦ କୋଟି ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ କରିବେ ।

ଛତିଶଗଡ଼ରେ ପାଗ ଅନୁକୂଳ ନଥିବାରୁ ଆବଶ୍ୟକ ହେଲେ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଦିନ ୨ଟାରେ ଓହ୍ଲାଇ ପାରନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ବିମାନବନ୍ଦରରେ ଅବତରଣ କରିବା ସମ୍ଭାବନାକୁ ଦେଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।












Click it and Unblock the Notifications