ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
PM Modi Odisha Visit: ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି ପ୍ରଧାନମନ୍ତ୍ରୀ ।
ପୁରୀରେ ଅନୁଷ୍ଠିତ ଥିବା ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ବନ୍ଦେ ଭାରତ ଏକ୍ସପ୍ରେସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିପାରନ୍ତି ମୋଦୀ । ଏନେଇ ସୂଚନା ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ପୃଥ୍ୱୀରାଜ କହିଛନ୍ତି, 'ବିଭିନ୍ନ ସ୍ଥାନରେ 'ବନ୍ଦେ ଭାରତ ଏକ୍ସପ୍ରେସ୍'ର ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଉଛନ୍ତି। ତେଣୁ ଆମେ ସମସ୍ତେ ଆଶା କରୁଛୁ ଓଡ଼ିଶାରେ ମଧ୍ୟ 'ବନ୍ଦେ ଭାରତ ଏକ୍ସପ୍ରେସ୍'ର ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ତେବେ କେଉଁ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତ କରିବେ ସେନେଇ ଏବେ କିଛି କହିହେବ ନାହିଁ। ତେବେ ରଥଯାତ୍ରା ପୂର୍ବରୁ 'ବନ୍ଦେ ଭାରତ ଏକ୍ସପ୍ରେସ୍'ର ଲୋକାର୍ପଣ ହେବ ବୋଲି ଆଶା କରାଯାଉଛି।'












Click it and Unblock the Notifications