୨୬ଟି ନୂଆ ଯୋଜନାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଓ କିସାନ ସଶକ୍ତିକରଣ ବିଭାଗର ୨୬ଟି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ସେ ରାଜଧାନୀର ପାଣ୍ଡରାଠାରେ ଏକ ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କରିଛନ୍ତି। 'ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା' ଅଧୀନରେ ରାଜ୍ୟ ପାଇଁ ଏକ ସମନ୍ୱିତ ଆକ୍ଵା ପାର୍କ ଏବଂ ଏକ ପାଇକାରୀ ମାଛ ବଜାରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଯୋଗ ଦେଇଛନ୍ତି। ଏହି ଅବସରରେ 'ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା' ଓ 'ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନ'ର ଶୁଭାରମ୍ଭ ବି କରିଛନ୍ତି।

Prime Minister Narendra Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆଜି ଭାରତରତ୍ନ ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଭାରତରତ୍ନ ନାନାଜୀ ଦେଶମୁଖଙ୍କ ଜନ୍ମଦିବସ। ଏହି ଅବସରରେ ଆଜି କୋଟି କୋଟି କୃଷକଙ୍କ ଲାଗି ୩୫ ହଜାର କୋଟି ଟଙ୍କାର ଯୋଜନାର ଶୁଭାରମ୍ଭ ହୋଇଛି। ଆମେ ପୂର୍ବ ସରକାରଙ୍କର ଦାୟିତ୍ବହୀନତା ଯୋଗୁ କୃଷକମାନଙ୍କର ଯଥେଷ୍ଟ ପ୍ରଗତି ହୋଇପାରିନଥିଲା। ହେଲେ ଏନଡିଏ ସରକାର ଆସିବା ପରେ ଆମେ କୃଷି ଓ କୃଷକ ସଶକ୍ତିକରଣ କ୍ଷେତ୍ରରେ ଅଧିକ ଧ୍ୟାନ ଦେଉଛୁ। ପିଏମ୍ ଧନଧାନ୍ୟ ଯୋଜନାରେ ଦେଶରେ ଆକାଙ୍କ୍ଷୀ ଜିଲ୍ଲା ଘୋଷଣା କରାଯାଇଛି। ଆକାଙ୍କ୍ଷୀ ଜିଲ୍ଲା ଯୋଜନାରେ ସବୁ ସ୍କୁଲରେ ବିଦ୍ୟୁତ୍ ସଂଯୋଗ କରାଯାଇଛି। ଏଠାରେ ମାତୃମୃତ୍ୟୁ ହାର କମିଛି। ଦେଶର ଶହେ ଜିଲ୍ଲାରେ କୃଷିର ଉନ୍ନତିକରଣ କରାଯାଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆଜି ଭାରତରତ୍ନ ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଭାରତରତ୍ନ ନାନାଜୀ ଦେଶମୁଖଙ୍କ ଜନ୍ମଦିବସ। ଏହି ଅବସରରେ ଆଜି କୋଟି କୋଟି କୃଷକଙ୍କ ଲାଗି ୩୫ ହଜାର କୋଟି ଟଙ୍କାର ଯୋଜନାର ଶୁଭାରମ୍ଭ ହୋଇଛି। ଆମେ ପୂର୍ବ ସରକାରଙ୍କର ଦାୟିତ୍ବହୀନତା ଯୋଗୁ କୃଷକମାନଙ୍କର ଯଥେଷ୍ଟ ପ୍ରଗତି ହୋଇପାରିନଥିଲା। ହେଲେ ଏନଡିଏ ସରକାର ଆସିବା ପରେ ଆମେ କୃଷି ଓ କୃଷକ ସଶକ୍ତିକରଣ କ୍ଷେତ୍ରରେ ଅଧିକ ଧ୍ୟାନ ଦେଉଛୁ। ପିଏମ୍ ଧନଧାନ୍ୟ ଯୋଜନାରେ ଦେଶରେ ଆକାଙ୍କ୍ଷୀ ଜିଲ୍ଲା ଘୋଷଣା କରାଯାଇଛି। ଆକାଙ୍କ୍ଷୀ ଜିଲ୍ଲା ଯୋଜନାରେ ସବୁ ସ୍କୁଲରେ ବିଦ୍ୟୁତ୍ ସଂଯୋଗ କରାଯାଇଛି। ଏଠାରେ ମାତୃମୃତ୍ୟୁ ହାର କମିଛି। ଦେଶର ଶହେ ଜିଲ୍ଲାରେ କୃଷିର ଉନ୍ନତିକରଣ କରାଯାଇଛି।

ନୂଆଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ଓ କିସାନ ସଶକ୍ତିକରଣ ଶିବରାଜ ସିଂହ ଚୌହ୍ବାନ ଓ ବିଭାଗର ରାଜ୍ୟମନ୍ତ୍ରୀ ଭାଗୀରଥୀ ଚୌଧୁରୀ ଉପସ୍ଥିତ ଅଛନ୍ତି। ଆଭାସୀ ଯୋଗେ ଏଥିରେ କେନ୍ଦ୍ର ପଞ୍ଚାୟତରାଜ, ମତ୍ସ୍ୟ ଓ ପ୍ରାଣୀସଂପଦ ମନ୍ତ୍ରୀ ରାଜୀବରଂଜନ ସିଂହ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କୃଷି ମନ୍ତ୍ରୀ ଯୋଡ଼ିହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+