କାଲି କମ୍ପିବ ପ୍ରଚାର ମଇଦାନ, ଓଡ଼ିଶାରେ ପହଞ୍ଚିଲେ ମୋଦି
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଲେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ଆସନ୍ତାକାଲି ଅର୍ଥାତ୍ ସୋମବାର ନିର୍ବାଚନୀ ପ୍ରଚାର କରିବେ ମୋଦି । ଏହି ପରିପ୍ରେକ୍ଷୀରେ ରବିବାର ରାତିରେ ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟ ବିଜେପିର ତୁଙ୍ଗ ନେତୃତ୍ବ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ ।

ଭୁବନେଶ୍ବରରେ ରାତ୍ରି ଯାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜଭବନରେ ଆଜି ରାତିରେ ରହିବେ ମୋଦି । ଆସନ୍ତାକାଲି ବ୍ରହ୍ମପୁର ଏବଂ ନବରଙ୍ଗପୁର ଗସ୍ତ କରିବା ସହିତ ସେଠାରେ ଦଳୀୟ ସମାବେଶକୁ ଉଦବୋଧନ ଦେବେ । ପିଏମ୍ ମୋଦିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି ।












Click it and Unblock the Notifications