ଭୁବନେଶ୍ବର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହ; ଡିଜିପି କନ୍‌ଫରେନ୍ସରେ ଦେବେ ଯୋଗ

ଭୁବନେଶ୍ବର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହ । ଡିଜିପି କନ୍‌ଫରେନ୍ସରେ ଯୋଗ ଦେବେ ମୋଦି, ଶାହ। ନଭେମ୍ବର ୨୯ରୁ ଭୁବନେଶ୍ବରରେ ଡିଜିପି ସମ୍ମିଳନୀ ହେବାକୁ ଯାଉଛି । ଦୁଇଜଣ ଏଥିରେ ଯୋଗ ଦେବେ।

୨୯ରୁ ୧ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। ମାଓ ଦମନ, ଅପରାଧ ନିୟନ୍ତ୍ରଣ, ଭିତ୍ତିଭୂମି ବିକାଶ, ମାନବସମ୍ବଳ, ନୂଆ ଜ୍ଞାନକୌଶଳର ଉପଯୋଗକୁ ଗୁରୁତ୍ବ ଦିଆଯିବ। ଏହି ସମୟରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କର ରହଣି କାର୍ଯ୍ୟକ୍ରମ ରହିଛି। ଯଦିଓ କେଉଁ ସ୍ଥାନରେ କାର୍ଯ୍ୟକ୍ରମ ହେବ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇ ନାହିଁ, ତେ‌ବେ ଆପାତତଃ ଲୋକସେବା ଭବନ କନ୍‌ଭେନସନ୍‌ ସେଣ୍ଟର୍‌ରେ କାର୍ଯ୍ୟକ୍ରମ ହେବା ନେଇ ଯୋଜନା ଚାଲିଛି। କନ୍‌ଭଏ ପାଟ୍ରୋଲିଂ ଲାଗୁ କରିବା ସହ ରାତ୍ରିକାଳୀନ ପାଟ୍ରୋଲିଂ, ଚେକିଂ ଓ ବ୍ଲକିଂକୁ କଡ଼ାକଡ଼ି କରାଯାଇଛି।

Prime Minister Narendra Modi and Home Minister Amit Shah

ହୋଟେଲ୍‌, ରେଳଷ୍ଟେସନ, ବିମାନବନ୍ଦର ଓ ବସ୍‌ଷ୍ଟାଣ୍ଡ ଆଦି ଉପରେ ନଜର ରଖାଯାଇଛି। ସରାଇ ଆପ୍‌ରେ ପ୍ରତିଦିନ ଗ୍ରାହକଙ୍କ ତଥ୍ୟ ଅପ୍‌ଡେଟ୍‌ କରିବାକୁ ପୁଲିସ ପକ୍ଷରୁ ହୋଟେଲଗୁଡ଼ିକୁ କୁହାଯାଇଛି। ଏଥି ସହ ଅପରାଧୀଙ୍କୁ ସାବାଡ଼ ପାଇଁ ଏନ୍‌ବିଡବ୍ଲ୍ୟୁ, ପେସାଦାର ଓ ଦାଗୀ ଅପରାଧୀଙ୍କ ତାଲିକା କାରାଯାଇଛି। କିଛି କୁଖ୍ୟାତ ଅପରାଧୀଙ୍କୁ ତଡ଼ିପାର୍‌ ପାଇଁ ମଧ୍ୟ ଯୋଜନା କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+