ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୨ ଘଣ୍ଟା ରହିବେ ପ୍ରଧାନମନ୍ତ୍ରୀ: ଗୋଲକ ମହାପାତ୍ର
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୨ ଘଣ୍ଟା ରହିବେ ପ୍ରଧାନମନ୍ତ୍ରୀ। ସୂଚନା ଦେଲେ ବିଜେପି ଉପସଭାପତି ଗୋଲକ ମହାପାତ୍ର । ସନ୍ଧ୍ୟା ସାଢ଼େ ୬ରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ରହିବେ । ମନ୍ତ୍ରୀ, ସାଂସଦ, ବିଧାୟକ, ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହିବେ' ।'ପାର୍ଟି ଅଫିସ୍ରେ ରାତ୍ରି ଭୋଜନ କରିବେ ପ୍ରଧାନମନ୍ତ୍ରୀ। 'ଐତିହାସିକ ଘଟଣା, ପ୍ରଥମ କରି ଜଣେ ପ୍ରଧାନମନ୍ତ୍ରୀ ୩ ଦିନ ରହିବେ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଚଳଚଞ୍ଚଳ ରାଜଧାନୀ। ୨୯ ତାରିଖରେ ଭୁବନେଶ୍ବରରେ ସମାବେଶ କରିବେ ମୋଦି। ଆଉ ସେହି ଦିନ ହିଁ ବିଜେପି କାର୍ଯ୍ୟାଳୟରେ ଦୁଇ ଘଣ୍ଟା ଧରି ସାଂସଦ,ବିଧାୟକ ଓ ପଦାଧିକାରୀଙ୍କ ମିଟିଂ ନେବେ ମୋଦି।
ସେଠାରେ ମନ୍ତ୍ରୀ ଓ ବିଧାୟକ ପ୍ରୋଫାର୍ମନ୍ସ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ଦେବେ। ୩୦ରେ ଡିଜିପି ସମ୍ମିଳନୀରେ ସାମିଲ ହେବା ପରେ ୧ରେ ଦିଲ୍ଲୀ ଫେରିଯିବେ ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ। ୩ ଦିନ ପାଇଁ ଓଡିଶାରେ ରହିବେ ନରେନ୍ଦ୍ର ମୋଦି। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ୩ ଦିନ ଓଡ଼ିଶାରେ ରହିବେ। ୨୯ ତାରିଖ ଅପରାହ୍ନ ୪.୧୫ରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ।
ଏୟାରପୋର୍ଟରେ ମୋଦିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବ। ଏହାପରେ ଏୟାରପୋର୍ଟ ନିକଟରେ ଏକ ସାଧାରଣ ସଭା ହେବ। ସଭାରେ ଉପସ୍ଥିତ ରହିବେ ୧୦ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା। ସଭା ପରେ ଏୟାରପୋର୍ଟରୁ ରାଜଭବନ ଯିବେ ମୋଦି।
ଆଉ ତାପରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଆସିବେ ପ୍ରଧାନମନ୍ତ୍ରୀ। ସେଠାରେ ବିଜେପି ବିଧାୟକ ସାଂସଦ ଏବଂ ଦଳୀୟ ପଦାଧିକାରୀଙ୍କ ସହ ୨ ଘଣ୍ଟା ଧରି ଆଲୋଚନା କରିବେ। ରାତ୍ରୀ ଭୋଜନ ମଧ୍ୟ ପାର୍ଟି ଅଫିସରେ କରିବେ ମୋଦି।
ସେଥିପାଇଁ ମୋଦିଙ୍କ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରାଯିବ । ସେପଟେ ମୋଦିଙ୍କ ଗସ୍ତ ପୂର୍ବରୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି SPGର ଅଧିକାରୀ ମଧ୍ୟ ରାଜ୍ୟ ବିଦେପି କାର୍ଯ୍ୟାଳୟରେ ପ୍ରସ୍ତୁତି ଯାଞ୍ଚ କରିଛନ୍ତି।
ବିଜେପି କାର୍ଯ୍ୟାଳୟରେ ମନ୍ତ୍ରୀ, ବିଧାୟକ ଓ ନେତାଙ୍କ ନିକଟରୁ ରିପୋର୍ଟ କାର୍ଡ଼ ନେବେ ମୋଦି। ସରକାର ଓ ସଂଗଠନ ଉଭୟର ରିପୋର୍ଟ କଲେକ୍ସନ କରିବେ ପ୍ରଧାନମନ୍ତ୍ରୀ। ସରକାରୀ ଯୋଜନାର ସଫଳ ରୂପାୟନ ନେଇ ଲୋକ ପ୍ରତିନିଧିଙ୍କ ଉଦ୍ୟମ ସମ୍ପର୍କରେ ତର୍ଜମା କରିବେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ତୃଣମୂଳ ସ୍ତରରେ କାର୍ଯ୍ୟକାରିତାକୁ ନେଇ ସମୀକ୍ଷା କରବେ ମୋଦି।












Click it and Unblock the Notifications