ପୁରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପତ୍ନୀ ଯଶୋଦାବେନ, କରିଲେ ମହାପ୍ରଭୁଙ୍କ ଦର୍ଶନ
ପୁରୀ: ରଥଯାତ୍ରା ପାଇଁ ପୁରୀ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦାବେନ୍ । ଆଜି (ମଙ୍ଗଳବାର) ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ସେ । ସମ୍ପର୍କୀୟଙ୍କ ସହ ଆସି ଆଡପ ମଣ୍ଡପରେ ମହାବାହୁଙ୍କ ଦର୍ଶନ କରିଛନ୍ତି ।

ତେବେ ତାଙ୍କ ସହ ତାଙ୍କର ଭାଇ ଅଶୋକ ମୋଦି ଓ ଅନ୍ୟ ସମ୍ପର୍କୀୟମାନେ ମଧ୍ୟ ମହପ୍ରଭୁଙ୍କ ଦର୍ଶନ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଯଶୋଦାବେନ ପୁରୀରେ ପହଞ୍ଚିଥିଲେ । ସର୍କିଟ ହାଉସରେ ରାତ୍ରିଯାପନ କରିବା ପରେ ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ ଗୁଣ୍ଡିଚା ମନ୍ଦିର । ଆଡପ ମଣ୍ଡପରେ ତିନି ଠାକୁରଙ୍କୁ ଦର୍ଶନ କରିଥିଲେ ଯଶୋଦାବେନ ।
ଯଶୋଦାବେନଙ୍କ ସହ ଶୋଭନୀୟ ଆନ୍ଦୋଳନ ନିର୍ଦ୍ଦେଶକ ଅରୁନ୍ଧତୀ ଦେବୀ ମଧ୍ୟ ଯଶୋଦା ବେନଙ୍କ ସହ ଦର୍ଶନ ପାଇଁ ପୁରୀ ଆସିଛନ୍ତି । ଏମାନଙ୍କୁ ସହାୟତା କରିବା ପାଇଁ ସାଥୀରେ ଅଛନ୍ତି ବିଶ୍ୱ ଓଡ଼ିଆ ସମାଜ ଅଧ୍ୟକ୍ଷ ତଥା ସାମ୍ବାଦିକ କିଶୋର ଦ୍ୱିବେଦୀ ।












Click it and Unblock the Notifications