ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ମୋଦି; କିଛି ସମୟ ପରେ ପ୍ରବାସୀ ଭାରତୀୟ ସମ୍ମେଳନୀ ଉଦ୍‌ଘାଟନ କରିବେ

ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ମୋଦି । କିଛି ସମୟ ପରେ ପ୍ରବାସୀ ଭାରତୀୟ ସମ୍ମେଳନୀ ଉଦ୍‌ଘାଟନ କରିବେ ।ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ସାମିଲ୍ ହେଲେ ମୋଦି। ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ।
କିଛି ସମୟ ପରେ ପ୍ରବାସୀ ଭାରତୀୟ ସମ୍ମେଳନୀ ଉଦ୍‌ଘାଟନ କରିବେ ।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ସ୍ଥାନୀୟ ଜନତା ମଇଦାନ୍‌ରେ ଆରମ୍ଭ ହୋଇଥିବା 'ପ୍ରବାସୀ ଭାରତୀୟ ଦିବସ' ସମ୍ମେଳନକୁ ଉଦ୍‌ଘାଟନ କରିବା ସହ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବେ। ଏହାପରେ ୪ଟି ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ। ସେଗୁଡ଼ିକ ହେଲା ବିଶ୍ବରୂପ ରାମ: ଦ ୟୁନିଭର୍ସାଲ ଲିଗାସି ଅଫ୍ ରାମାୟଣ, ବୈଷୟିକ ଜ୍ଞାନ ପାଇଁ ପ୍ରବାସୀଙ୍କ ଅବଦାନ, ଭାରତ ଭାରତୀୟ: ସ୍ବଦେଶ ପ୍ରଦେଶ, ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ସମ୍ବନ୍ଧୀୟ ପ୍ରଦର୍ଶନୀ। ଏହା ସହ 'ପ୍ରବାସୀ ଭାରତୀୟ ଏକ୍ସପ୍ରେସ'ର ଉଦ୍‌ଘାଟନ କରାଯିବ। ଅପରାହ୍ନରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଏକ ପୂର୍ଣ୍ଣାଙ୍ଗ ଅଧିବେଶନ ହେବ। ଏଥିରେ ସବୁଜ ସଂଯୋଗ: ନିରନ୍ତର ବିକାଶରେ ପ୍ରବାସୀଙ୍କ ଅବଦାନ ଉପରେ ଆଲୋଚନା ହେବ।

Prime Minister Modi at Janata Maidan

ଉଦ୍ଯାପନୀ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୨୭ଜଣଙ୍କୁ 'ପ୍ରବାସୀ ଭାରତୀୟ ସମ୍ମାନ' ପୁରସ୍କାରରେ ସମ୍ମାନିତ କରିବେ। ଏହା ପୂର୍ବରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ଅଧିବେଶନରେ 'ପ୍ରବାସୀ ଭାରତୀୟ ସଂଳାପ: ସଂସ୍କୃତି, ସଂଯୋଗ ଓ ସମ୍ପର୍କର କାହାଣୀ' ଉପରେ ଆଲୋଚନା ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+