Narendra Modi: ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଓଡିଶାରେ ପହଞ୍ଚିଲେ ମୋଦି । ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ବର ଏୟାରପୋର୍ଟରେ ପହଂଚିଛନ୍ତି । ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ଏୟାରପୋର୍ଟରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍ ସୋ' କରିବେ ପ୍ରଧାନମନ୍ତ୍ରୀ । ତେବେ ମୋଦିଙ୍କୁ ଦେଖିବାକୁ ଭୁବନେଶ୍ବରରେ ପ୍ରବଳ ଭିଡ଼ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇଁ ରାଜଧାନୀରେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି।

କେନ୍ଦ୍ର ସରକାରଙ୍କ ୧୧ ବର୍ଷ, ରାଜ୍ୟ ସରକାରଙ୍କ ବର୍ଷେ ପୂର୍ତ୍ତି ଅବସରରେ ଭୁବନେଶ୍ବରରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହେବେ । ଜନତା ମଇଦନାରେ ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Prime Minister Modi arrives in Odisha

ଏହି ଅବସରରେ ପ୍ରାୟ ୧୯ ହଜାର କୋଟିର ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ନୂତନ ରେଳ ସେବା ଓ ୧୦୦ଟି ଇଲେକ୍ଟ୍ରିକ୍ ବସର ଶୁଭାରମ୍ଭ ହେବ। ଏହି ଅବସରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପୁସ୍ତିକା ଉନ୍ମୋଚନ ହେବ। ୨୦୩୬ରେ ଓଡ଼ିଶାର ଶହେ ବର୍ଷ ପୂର୍ତ୍ତି ଓ ୨୦୪୭ରେ ଦେଶ ସ୍ବାଧୀନତାକୁ ଶହେ ବର୍ଷ ପୂର୍ତ୍ତିକୁ ଦୃଷ୍ଟିରେ ରଖି ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ମଧ୍ୟ ପ୍ରକାଶ କରିବେ ପ୍ରଧାନମନ୍ତ୍ରୀ। ଏହାବ୍ୟତୀତ ଓଡ଼ିଆଙ୍କ ଅବଦାନକୁ ଶ୍ରଦ୍ଧା ସୁମନ ସ୍ୱରୂପ, ପ୍ରଧାନମନ୍ତ୍ରୀ 'ବରପୁତ୍ର ସମ୍ମାନ ଯୋଜନା' ଆରମ୍ଭ ହେବ। ରାଜ୍ୟରେ ସମୃଦ୍ଧି ଏବଂ ସ୍ୱାବଲମ୍ବନର ପ୍ରତୀକ ସାଜିଥିବା ଲକ୍ଷପତି ଦିଦିଙ୍କୁ ପ୍ରଧାନମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+