ଲୋକସେଭା ଭବନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି
All India DGP Conference: ଲୋକସେଭା ଭବନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଭବନରୁ ବାହାରି ଲୋକସେଭା ଭବନରେ ପହଞ୍ଚିଲେ ମୋଦି । ଡିଜିପି, ଆଇଜିପି ସମ୍ମିଳନୀର ୨ୟ ଦିନରେ ସାମିଲ ହେବେ ।

ସୂଚନା ଅନୁସାରେ ଯୋଗ ସେସନରୁ କାର୍ଯ୍ୟ ଆରମ୍ଭ ହେବ । ସେହିପରି ଆଜି ଜାତୀୟ ଓ ଆଭ୍ୟନ୍ତପୀଣ ସରୁକ୍ଷା ସଂପର୍କିତ ବିଷୟରେ ଆଲୋଚନା ହେବ । ଆତଙ୍କବାଦ, ସାଇବର ସୁରକ୍ଷା, ନିଶା କାରବାର ରୋକିବା ଉପେର ଦିଆଯିବ ଗୁରୁତ୍ୱ । ସେହିପରି ନୂଆ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାରକୁ ଫୋକସ କରାଯିବ ।
ଗତକାଲି ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମ ପାଇଁ ଲକ୍ଷ୍ୟ ଲଖାଯାଇଛି । ବିଜେପି ସରକାର ଉତ୍କର୍ଷ ଉତ୍କଳ ଅଭିଯାନ ପାଇଁ ଆମେ କାମ କରୁଛି। ବିଜେପି ସରକାର ଆସିଲା ପରେ ନୂଆ ଶିକ୍ଷାନୀତି ଲାଗୁ ହୋଇଛି। ସବୁ ଘରକୁ ପାଣି ପହଞ୍ଚାଇବା ପାଇଁ ମିଶନ ମୋଡରେ କାମ କରୁଛୁ।
ମୋଦି ଆହୁରି କହିଥିଲେ, ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଜନତାଙ୍କ ସହ ଯୋଡ଼ି ହୋଇଛନ୍ତି। ଜନତାଙ୍କ ସହ ଯୋଡ଼ି ହେବା ବିଜେପିର ନୀତି ଆଦର୍ଶ। ମା' ସୁଭଦ୍ରାଙ୍କ ଆଶୀର୍ବାଦ ନେଇ ସୁଭଦ୍ରା ଯୋଜନା ଲାଗୁ କରିଛୁ। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇ ଜନଜାତିଙ୍କ ଗୌରବ ବଢ଼ାଇଛନ୍ତି। ଓଡିଶାର ୧୩ ଆଦିବାସୀ ସଂପ୍ରଦାୟଙ୍କୁ ପିଏମ୍ ଜନମନ ସୁବିଧା ମିଳୁଛି। ଏଠାରେ ଧାନର ଏମ୍ଏସ୍ପି ୩୧୦୦ ଟଙ୍କା ଦିଆଯାଉଛି।












Click it and Unblock the Notifications