କାର୍ତ୍ତିକ ମାସ ଆରମ୍ଭରୁ ଆକାଶ ଛୁଆଁ ପରିବା ଦର; ପୁରୁନି ବ୍ୟାଗ, ପରିବାରେ ହାତ ମାରି ହେଉନାହିଁ'
କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ଆକାଶ ଛୁଆଁ । ବିଭିନ୍ନ କଞ୍ଚା ପନିପରିବାର ବେଶ୍ ଚାହିଦା । ଧାର୍ମିକ ମାସ କାର୍ତ୍ତିକରେ ସାଧା ଖାଇବାର ପରମ୍ପରା ରହିଥିବା ବେଳେ ବର୍ଦ୍ଧିତ ପରିବା ଦର ଖାଉଟିଙ୍କ ମାସିକ ବଜେଟକୁ ବେଶ୍ ପ୍ରଭାବିତ କରିଛି । ଯେଉଁ ପରିବା ଦର ଗତକିଛି ଦିନ ପୂର୍ବରୁ ସ୍ୱାଭାବିକ ଥିଲା, ତାହା ଏବେ ବହୁ ମାତ୍ରାରେ ବୃଦ୍ଧି ପାଇଛି ।
ସ୍ଥିତି ଏପରି ହୋଇଛି କି ଜଣେ ସାଧାରଣ ଲୋକ ପରିବାର ପ୍ରତିପୋଷଣ କରିବା କାଠିକର ପାଠ ହୋଇପଡିଛି । କଟକ ଏବଂ ଭୁବନେଶ୍ବରରେ ଗତ ସପ୍ତାହ ପୂର୍ବରୁ ଯେଉଁ ପରିବା ଦର ଯେତିକି ଟଙ୍କାରେ ବିକ୍ରି ହେଉଥିଲା, ତାହା ଏବେ କିଲୋ ପ୍ରତି 20ରୁ 30 ଟଙ୍କା ବୃଦ୍ଧି ଘଟିଛି । ଯାହାକୁ ନେଇ ଖାଉଟିଙ୍କ ଚିନ୍ତା ଦ୍ବିଗୁଣିତ ହୋଇଛି ।
ଗତ ସପ୍ତାହ ପୂର୍ବରୁ କଟକ ଛତ୍ର ବଜାରରେ ପୋଟଳ ଦର 60 ଟଙ୍କା ଥିବା ବେଳେ ଏବେ ତାହା ବୃଦ୍ଧି ଘଟି କିଲୋ ପ୍ରତି 100 ଟଙ୍କାରେ ପହଞ୍ଚିଛି । ଭେଣ୍ଡି କିଲୋପ୍ରତି ପୂର୍ବରୁ 50 ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ତାହା 80 ଟଙ୍କାରେ ବିକ୍ରି ହେଉଛି, ବାଇଗଣ ବି ପୂର୍ବରୁ କିଲୋ ପ୍ରତି 40ରୁ 50 ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ତାହା ବୃଦ୍ଧି ଘଟି 70 ଟଙ୍କାରେ ବିକ୍ରି ହେଉଛି । ସେହିପରି ଝୁଡ଼ଙ୍ଗ ପୂର୍ବରୁ କିଲୋ ପ୍ରତି 40 ଟଙ୍କା ଥିବାବେଳେ ଏବେ ତାହା 70 ଟଙ୍କାରେ ବିକ୍ରି ହେଉଛି, ବିନ୍ସ ଦର ପୂର୍ବରୁ 60ରୁ 70 ଟଙ୍କା ଥିବାବେଳେ ଏବେ କିଲୋ ପ୍ରତି 100 ଟଙ୍କାରେ ପହଞ୍ଚିଛି । କଲରା ପୂର୍ବରୁ 40 ଟଙ୍କା ଥିବା ବେଳେ ଏବେ ତାହା 70 ଟଙ୍କାରେ ବିକ୍ରି ହେଉଛି । କାଙ୍କଡ଼ ଦର ପୂର୍ବରୁ କିଲୋପ୍ରତି 40ରୁ 50 ଟଙ୍କା ଥିବା ବେଳେ ଏବେ ତାହା 70 ଟଙ୍କାରେ ବିକ୍ରି ହେଉଛି ।

କାର୍ତ୍ତିକ ମାସ ଆରମ୍ଭରୁ ଆକାଶ ଛୁଆଁ ପରିବା ଦର
ଭୁବନେଶ୍ୱର ଏକ ନମ୍ବର ହାଟରେ ପରିବା ଦର:
କାଙ୍କଡ଼ କିଲୋ ପ୍ରତି 80 ଟଙ୍କା
ପୋଟଳ କିଲୋ ପ୍ରତି 70 ଟଙ୍କା
ଗାଜର କିଲୋ ପ୍ରତି 60 ଟଙ୍କା
ବିଟ କିଲୋ ପ୍ରତି 50 ଟଙ୍କା
ଅମୃତ ଭଣ୍ଡା କିଲୋ ପ୍ରତି 15 ଟଙ୍କା
କଖାରୁ କିଲୋ ପ୍ରତି 30 ଟଙ୍କା
କଦଳୀ 7ଟାକୁ - 50 ଟଙ୍କା
ବିନ କିଲୋ ପ୍ରତି 120 ଟଙ୍କା
ବନ୍ଧା କୋବି କିଲୋ ପ୍ରତି 20 ଟଙ୍କା
ଲେଉଟିଆ ସାଗ କିଲୋ ପ୍ରତି 5 ଟଙ୍କା
ଓଉ ଏକ କିଲୋ ପ୍ରତି 30 ଟଙ୍କା.
ଲାଉ- 40 ଟଙ୍କା
ପାଣି କଖାରୁ କିଲୋ ପ୍ରତି 50 ଟଙ୍କା
ଶାରୁ କିଲୋ ପ୍ରତି 80 ଟଙ୍କା
ଫୁଲ କୋବି 3 ଟା 100 ଟଙ୍କା
କନ୍ଧମୂଳ କିଲୋ ପ୍ରତି 80 ଟଙ୍କା
'ପରିବାରେ ହାତ ମାରି ହେଉନାହିଁ'
ଏନେଇ ଗ୍ରାହକ କହିଛନ୍ତି, କାର୍ତ୍ତିକ ମାସ ଆସିଲେ ସାଧାରଣ ଭାବରେ କଞ୍ଚା ପନିପରିବା ଦର ବଢିଥାଏ । ଚଳିତ ବର୍ଷ ଅଧିକ ଦର ଦାମ ବଢିଛି । କୌଣସି ପରିବାରେ ହାତ ମାରି ହେଉନାହିଁ । ଘରୁ ଯେତିକି ଭାବିକି ଆସିଥିଲେ ମଧ୍ୟ ପରିବା ହାଟରୁ ପରିବା ନେଇ ହେଉନାହିଁ। ଦର ଦାମ ଯେଉଁ ଭଳି ମାତ୍ରାରେ ବୃଦ୍ଧି ଘଟିଛି, ସେହି ଆନୁସାରେ ବ୍ୟାଗ ମଧ୍ୟ ଫୁଲ ହେଉନାହିଁ ।"












Click it and Unblock the Notifications