ପୂର୍ବ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ', ବିଜେପି ରାଜ୍ୟ ସଭାପତି

ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ ପଛୁଆ ବର୍ଗଙ୍କୁ ଅଗ୍ରାଧିକାର ଦେବାକୁ ଜାତିଭିତ୍ତିକ ଜନଗଣନା କରାଯିବ ବୋଲି ବିଜେପି ସରକାର ଘୋଷଣା କରିଛନ୍ତି ।

BJP state president

ସଂରକ୍ଷଣ ନେଇ ସଂକଳ୍ପ ପତ୍ରରେ ସ୍ପଷ୍ଟ କରିଥିଲୁ, ଯାହା ଖୁବଶୀଘ୍ର ହେବାକୁ ଯାଉଛି । ପୂର୍ବ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ । ଦୀର୍ଘ ସମୟ ଧରି ସରକାରରେ ଥିଲେ ମଧ୍ୟ ଏହା କରିପାରିଲେ ନାହିଁ । ଉଭୟ କଂଗ୍ରେସ ଓ ବିଜେଡି ଓବିସିଙ୍କୁ ଅବହେଳା କରିଛନ୍ତି । ସବୁବେଳେ ମଣ୍ଡଳ କମିଶନ୍‍ ସପକ୍ଷରେ ବିଜେପି ସର୍ବଦା ରହିଥିବା ମନମୋହନ କହିଛନ୍ତି । ସେପଟେ ବିଜେଡି ଏହାର ଜବାବ ରଖିଛି । ଅରୁଣ ସାହୁ କହିଛନ୍ତି ଯେ ବିଜେପି ଚାପର ବଶବର୍ତ୍ତୀ ହୋଇ ଜାତିଭିତ୍ତିକ ଜନଗଣନା ପାଇଁ ଆଗଭର ହୋଇଛି । କେବଳ ଉଚ୍ଚଶିକ୍ଷାରେ ଓବିସି ସଂରକ୍ଷଣ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ସିଟ୍‍ ଖାଲି ପଡୁଥିବା ବେଳେ ସଂରକ୍ଷଣ କଥା କହୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+