ପାଣ୍ଡିଆନଙ୍କ ଦୃଢ଼ୋକ୍ତି, ଏତିକି ସିଟ୍ ହାସଲ କରିବ ବିଜେଡି
ଭୁବନେଶ୍ୱର: ନିର୍ବାଚନ ଲାଗି ରାଜ୍ୟରେ ଏବେ ରାଜେନୈତିକ ମାହୋଲ ରହିଛି ପୂରା ଉଷ୍ମ ।ଏବେ ଶାସକ ଓ ବିରେଧୀ କରୁଛନ୍ତି ଜୋରଦାର ପ୍ରଚାର । ଆଜି ସାମ୍ବାଦିକ ସମ୍ମଳନୀ କରି ବିଜେପି ନେତାଙ୍କ ଉପରେ ବର୍ଷିଲେ ବିଜେଡି ନେତା ଭିକେ ପାଣ୍ଡିଆନ୍ । ବିଜେପିକୁ ଟାର୍ଗେଟ କରି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ନିର୍ବାଚନ ଆସିଲେ ସେମାନଙ୍କର ଓଡ଼ିଶା, ଓଡ଼ିଆ ଭାଷା ପ୍ରତି ପ୍ରେମ ଆସେ । ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିବା ସହ ତାଙ୍କ ଦୋଷକୁ ଦେଖାଇଛନ୍ତି ।
କହିଛନ୍ତି, ୧୦ ବର୍ଷ ଧମେନ୍ଦ୍ର କେନ୍ଦ୍ରରେ ମନ୍ତ୍ରୀ ରହିଲେ ହେଲେ ଓଡିଶା ପାଇଁ କ'ଣ କଲେ? ପାଣ୍ଡିଆନ୍ ଆହୁରି ମଧ୍ୟ କହିଛନ୍ତି, ଗତ ୧୦ ବର୍ଷ ଭିତରେ ଓଡିଶାର ସ୍ୱାର୍ଥ ନେଇ ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ ଯାହା କିଛି ପଚାରିଛି, ସେ ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି । ଓଡ଼ିଶା ତ ଦୂରର କଥା ଯେଉଁ ଢେଙ୍କାନାଳ ନିର୍ବାଚନ କ୍ଷେତ୍ରରୁ ଟିକେଟ୍ ପାଇବାକୁ ସେ ୧୦ ବର୍ଷ ହେବ ଉଦ୍ୟମ କରିଆସୁଥିଲେ ସେହି ଢେଙ୍କାନାଳ ପାଇଁ ସେ କ'ଣ କରିଛନ୍ତି? ଏପରିକି ନିଜ ଗାଁ ପାଇଁ ସେ କ'ଣ କରିଛନ୍ତି? ପାଣ୍ଡିଆନ କରିଛନ୍ତି ପ୍ରଶ୍ନ । ଏଥିସହ ନିର୍ବାଚନରେ ବିଜେଡି କେତେ ସିଟ୍ ହାତେଇବ ଏନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି ।

ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ବିଜୁ ଜନତା ଦଳ କ୍ଲିନ ସ୍ୱିପ କରୁଛି । ଲୋକଙ୍କ ଭଲପାଇବା ଓ ଆଶୀର୍ବାଦ ବଳରେ ବିଜେଡି ବହୁ ପରିମାଣରେ ଭୋଟ ହାତେଇବାକୁ ଯାଉଛି । ସବୁଠାରୁ ଖୁସିର କଥା ହେଉଛି ବିଜେଡିର ମାନିଫେଷ୍ଟୋ ଆସିନାହିଁ କିନ୍ତୁ ମୁଁ ଏ ସମ୍ପର୍କରେ ଗ୍ୟାରେଣ୍ଟି ଦେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଓଡିଶାବାସୀଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରହିଛି ଯାହା ପ୍ରତିଫଳିତ ହେଉଛି ।
ଏହାର ପ୍ରମାଣ ଆପଣ ଜୁନ୍ ୪ରେ ଦେଖିବାକୁ ପାଇ ପାରିବେ । ବିଜେପି ସରକାରକୁ ଆସିବାକୁ ମାନିଫେଷ୍ଟୋ ଆଣିଛି । ହେଲେ ବିଜେଡି ସେବା ପାଇଁ, ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମାନିଫେଷ୍ଟୋ ଆଣିବ । ନବୀନଙ୍କ ମାନିଫେଷ୍ଟୋ ପାଇଁ ସମସ୍ତେ ଅନାଇବସିଛନ୍ତି । ବିଜେଡି ଭୋଟ୍ ପାଇଁ ନୁହେଁ ବିକାଶ ପାଇଁ ମାନିଫେଷ୍ଟୋ ଆଣିବ । ନବୀନ ବାବୁ ସେବା ପାଇଁ ଇସ୍ତାହାର ଆଣିବେ ବୋଲି ପାଣ୍ଡିଆନ କହିଛନ୍ତି ।












Click it and Unblock the Notifications