Get Updates
Get notified of breaking news, exclusive insights, and must-see stories!

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ଗୁରୁବାରରେ ରାଜଧାନୀର ଏହି ରାସ୍ତାରେ କଟକଣା

ଆସନ୍ତା ୨୭ ତାରିଖରେ ମହାମହିମ ରାଷ୍ଟପତି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶା ବିଧାନସଭାରେ ଶୀତକାଳୀନ ଅଧିବେଶନକୁ ରାଷ୍ଟପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବେ। ରାଷ୍ଟପତି ଗସ୍ତକୁ ଆଖି ଆଗରେ ରଖି ଭୁବନେଶ୍ବର କମିଶେନରରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ ସୁରକ୍ଷା ବ୍ୟବସ୍ଥା କୁ କଡ଼ାକଡ଼ି କରାଯାଇଛି। ଭି.ଆଇ. ପି ଙ୍କ ସୁରକ୍ଷା ସୁଗମନାଗମନ କୁ ଦୃଷ୍ଟି‌ରେ ରଖି ଆଇନ ୨୦୦୩ ର ଧାରା ୨୭ ଓ କଟକ - ଭୁବନେଶ୍ବର କମିଶେନରରେଟ୍‌ ପୁଲିସ ର ୨୦୦୮ ର ଧାରା ୩୬ ଅନୁସାରେ ରାଷ୍ଟପତି ଙ୍କ ଯାତାୟତ ପଥ ରେ କଟକଣା ଲାଗୁକରାଯାଇଛି। ଆସନ୍ତା ୨୭ ତାରିଖ ତଥା ଗୁରୁବାର ଦିନ ଏୟାରପୋର୍ଟ ଛକରୁ ହସ୍ପିଟାଲ ଛକ ପରେ ଏ.ଜି.ଛକ ରୁ ବାମ ମୋଡ଼ ଦେଇ ରାଜ ଭବନ ଯାଏଁ ଅପରାହ୍ନ ୧.୩୦ ମିନିଟ୍‌ ରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଯାତାୟତ ପଥ କୁ ବନ୍ଦ କରାଯାଇଛି।

୨୮ ତଥା ଶୁକ୍ରବାର ଦିନ ରାଜଭବନ ଛକରୁ ଏ.ଜି.ଛକ ଡ଼ାହାଣ ମୋଡ଼ ନେଇ ହସ୍ପିଟାଲ ଛକ ରୁ ଏୟାରପୋର୍ଟ ଛକ ର ଟର୍ମିନାଲ -୨ ଯାଏଁ ସକାଳ ୯ ଘଟିକାରୁ ସକାଳ ୯.୩୦ ମିନିଟ୍ ପର୍ଯ୍ୟନ୍ତ ଯାତାୟତ ପଥ କୁ ବନ୍ଦ କରାଯାଇଛି। କଟକଣା ଲାଗିଥିବା ସମୟରେ ଜରୁରୀ କାଳୀନ ସେବାରେ ନିଯୋଜିତ ଯାନବାହାନ ( ଫାୟାର , ଆମ୍ବଲାନ୍ସ, ଓ ପୁଲିସ ) ଚଳାଚଳ ରେ ଲାଗୁ ହେବନାହିଁ।

President s Odisha tour

ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ‌େ‌ନଇ ପ୍ରସ୍ତୁତି ଆରମ୍ଭ କରିଛି। ବିମାନବନ୍ଦର ଠାରୁ ରାଜଭବନ ଓ ବିଧାନସଭା ପର୍ଯ୍ୟନ୍ତ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ବ୍ଲୁ ବୁକ୍‌ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି। ସୁରକ୍ଷା ଦାୟିତ୍ବରେ ୧୫ ପ୍ଲାଟୁନ ଫୋର୍ସ ଓ ୬୪ଜଣ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ବ ଦିଆଯାଇଛି। ଏଥିସହ ୫ଜଣ ଡିସିପି, ୬ଜଣ ଅତିରିକ୍ତ ଡିସିପି, ୨୩ ଏସିପି, ୩୧ ଇନ୍ସପେକ୍ଟର, ୧୩୧ ଏସ୍‌ଆଇ/ଏଏସ୍‌ ଆଇ, ୧୮୫ ଏପିଆର କନଷ୍ଟେବଳ, ୭୫ ମହିଳା କନଷ୍ଟେବଳ, କୁଇକ୍‌ ରେସ୍‌ପନ୍ସ ଦଳ, ବୋମା ନିଷ୍କ୍ରିୟକାରୀ ଦଳ ରହିବେ। ରୁଟ୍‌ଲାଇନ ଲାଗି ୧୫୦ ଟ୍ରାଫିକ କନଷ୍ଟେବଳ ସମେତ ୫ ପ୍ଲାଟୁନ୍‌ ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯିବ। ରାଜଭବନରେ ରାଷ୍ଟ୍ରପତିଙ୍କ ରାତି ରହଣି ବ୍ୟବସ୍ଥା ଥିବାରୁ ସୁରକ୍ଷା ଭୁବନେଶ୍ବରକୁ କଡ଼ା ସୁରକ୍ଷା ବଳୟରେ ରଖାଯିବ। ଆସନ୍ତାକାଲି କାରକେଡ୍‌ ରିହରସାଲ କରାଯିବ ବୋଲି ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+