ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ

ବନେଶ୍ବର: ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପଲ୍ଲୀଠାରୁ ଦିଲ୍ଲୀ ଯାଏଁ ଜୋରଦାର ପ୍ରସ୍ତୁତି ଚାଲିଛି। ରାଷ୍ଟ୍ରପତି ଭବନରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହେବ, ଯେଉଁଥିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଯୋଗଦେବା ପାଇଁ ନୂଆଦିଲ୍ଲୀ ଯିବେ। ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା 'ଆଟ୍ ହୋମ୍'ରେ ସେ ଯୋଗଦେବେ। ଏ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁଦର୍ଶନଙ୍କୁ ନିମନ୍ତ୍ରଣ କରିଛନ୍ତି।

Sudarshan Patnaik

ସାଧାରଣତନ୍ତ୍ର ଦିବସରେ ଆସିଥିବା ଅତିଥିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ମଣ୍ଡଳ ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ଏଥିରେ ସାମିଲ ହୋଇଥାନ୍ତିି। ଜାନୁଆରି ୨୬ କାର୍ଯ୍ୟକ୍ରମ ପରେ ପରେ ଆଟ୍ ହୋମ୍ କାର୍ଯ୍ୟକ୍ରମ କରାଯାଏ। ଏହି କାର୍ଯ୍ୟକ୍ରମରେ ଖାଦ୍ୟପେକ୍ଷର ସୁବନ୍ଦୋବସ୍ତ କରାଯାଇଥାଏ। ଆମନ୍ତ୍ରିତ ଅତିଥି ସିଧାସଳଖ ଭାବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିଥାନ୍ତି।

ରାଷ୍ଟ୍ରପତିଙ୍କ 'ଆଟ୍ ହୋମ୍' ସମାରୋହରେ କେଉଁମାନେ ଅତିଥି ହେବେ, ସେଥିପାଇଁ କେନ୍ଦ୍ର ସରକାର ଏବେ ନିମନ୍ତ୍ରଣପତ୍ର ପଠାଉଛନ୍ତି। ଏହି ନିମନ୍ତ୍ରଣପତ୍ର ଅତିଥିମାନଙ୍କ ନିକଟକୁ ପହଞ୍ଚୁଛି। ଆଜି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଆୟୋଜିତ ହେବାକୁ ଥିବା ଭବ୍ୟ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପତ୍ର ପାଇଛନ୍ତି। ତାଙ୍କୁ ରାଷ୍ଟ୍ରପତି ଭବନରୁ ଏହି ନିମନ୍ତ୍ରଣପତ୍ର ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+