ଉତ୍କୃଷ୍ଟ ଓ ଉଲ୍ଲେଖନୀୟ ସେବା ପାଇଁ ୨ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର ସହ ଓଡ଼ିଶାର ୧୫ ଜଣଙ୍କୁ ମେଡାଲ
କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାହସିକତା ଓ ସେବା ମେଡାଲ ଘୋଷଣା। ଉତ୍କୃଷ୍ଟ ଓ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୫ ଜଣଙ୍କୁ ମେଡାଲ । ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ । ଉଲ୍ଲେଖନୀୟ ସେବା ପାଇଁ ଏଡିଜି ସୁରେଶ ଦେବ ଦତ୍ତ ସିଂହଙ୍କୁ ମେଡାଲ । ଉଲ୍ଲେଖନୀୟ ସେବା ପାଇଁ ଡିଏସପି ସଚ୍ଚିଦାନନ୍ଦ ରଥଙ୍କୁ ମେଡାଲ ।
ସ୍ବାଧୀନତା ଦିବସ ୨୦୨୪ ଅବସରରେ ସାହସିକତା ଏବଂ ସେବା ପଦକ ପାଇଁ ପୋଲିସ, ଫାୟାର ବ୍ରିଗେଡ, ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସ ଏବଂ ସଂଶୋଧନ ସେବା ବିଭାଗର ମୋଟ ୧୦୩୭ କର୍ମଚାରୀ ଚୟନ କରାଯାଇଛି । ଗୃହ ମନ୍ତ୍ରଣାଳୟ ବୁଧବାର ସ୍ବାଧୀନତା ଦିବସ ୨୦୨୪ ଅବସରରେ ସମ୍ମାନଜନକ ସେବା ପାଇଁ ତାଲିକା ପ୍ରକାଶ କରିଛି । ୧୫ ଅଗଷ୍ଟ ଅବସରରେ ସମସ୍ତଙ୍କୁ ପୁରସ୍କାର ପ୍ରଦାନ କରାଯିବ ।
ଏଥର ରାଷ୍ଟ୍ରପତି ପଦକ ପାଇଁ ଗ୍ୟାଲେଣ୍ଟ୍ରି (ପିଏମଜି) ପଦକ ୧ ଏବଂ ଗାଲେଣ୍ଟ୍ରି (ଜିଏମ) ପଦକ ୨୧୩ କର୍ମଚାରୀଙ୍କୁ ପ୍ରଦାନ କରାଯିବ। ଏଥିରେ ପୋଲିସ ସେବାକୁ ୨୦୮, ଅଗ୍ନିଶମ ସେବାକୁ ୪, ହୋମ ଗାର୍ଡ ଏବଂ ସିଭିଲ ଡିଫେନ୍ସକୁ ୨୦୮ ପଦକ ପ୍ରଦାନ କରାଯିବ ।













Click it and Unblock the Notifications