ସମ୍ବଲପୁରର ସନ୍ଥ କବି ଭୀମ ଭୋଇଙ୍କ ପୀଠକୁ ଆସିବେ ରାଷ୍ଟ୍ରପତି
ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସନ୍ଥ କବି ଭୀମ ଭୋଇଙ୍କ ପୀଠ ପରିଦର୍ଶନ କରିବା ପାଇଁ ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମାର୍ଚ୍ଚ ୨ ତାରିଖରେ ସନ୍ଥ କବି ଭୀମ ଭୋଇଙ୍କ ମଧୁପୁର ଜ୍ଞାନ ପ୍ରାପ୍ତି ପୀଠ ଓ କନ୍ଧରା ଦିବ୍ୟ ଜ୍ୟୋତି ଦର୍ଶନ ପୀଠକୁ ଆସିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ମିଳିବା ପରେ ମହିମା ସାଧୁ ସନ୍ଥ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି।

ରାଷ୍ଟ୍ରପତି ମାର୍ଚ୍ଚ ୨ ତାରିଖରେ ସନ୍ଥକବି ଭୀମ ଭୋଇଙ୍କ ମଧୁପୁର ସ୍ଥିତ ଜ୍ଞାନ ପ୍ରାପ୍ତି ପୀଠକୁ ଆସିବେ। ମଧ୍ୟାହ୍ନ ୧୨.୧୦ରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ପୀଠରେ ରହିବେ। ତା'ପରେ ସେ କନ୍ଧରା ସ୍ଥିତ ଭୀମଭୋଇଙ୍କ ଦିବ୍ୟ ଜ୍ୟୋତି ଦର୍ଶନ ପୀଠକୁ ଯିବେ।
ସେଠାରେ ସେ ୧୨.୪୫ରୁ ୧.୦୫ ପର୍ଯ୍ୟନ୍ତ ରହିବେ। ପରେ ରାଷ୍ଟ୍ରପତି ରେଢ଼ାଖୋଲ ସ୍ଥିତ ମିନି ଷ୍ଟାଡିୟମକୁ ଯିବେ। ଅପରାହ୍ନ ୩.୧୫ରୁ ୪.୧୫ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା 'ମହିମା ସାଧୁସନ୍ଥ' ସମ୍ମିଳନୀରେ ଉଦ୍ବୋଧନ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଜ୍ଞାନ ପ୍ରାପ୍ତି ପୀଠ ଓ ସ୍ମୃତି ପୀଠର ସାଧୁସନ୍ଥଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି।












Click it and Unblock the Notifications