NIT ଛାତ୍ରଛାତ୍ରୀଙ୍କ ସମାଜ ପ୍ରତି ଅନେକ ଅବଦାନ ରହିଛି: ରାଷ୍ଟ୍ରପତି
ଆଜି ଏନଆଇଟି ସମାବର୍ତ୍ତନ ସମାରୋହରେ ଯୋଗଦେଇଛନ୍ତି ରାଷ୍ଟ୍ରପତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, କଳାର ରାଜ୍ୟ ହେଉଛି ଓଡ଼ିଶା। ଓଡ଼ିଶାର ପରିଚୟ କୋଣାର୍କ ମନ୍ଦିର ବୋଲି କହିଛନ୍ତି।
ରାଉରକେଲା: ଓଡିଶାରେ ଦେଶ ପ୍ରଥମ ନାଗରିକ । 3 ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ଏନଆଇଟି ସମାବର୍ତ୍ତନ ସମାରୋହରେ ଯୋଗଦେଇଛନ୍ତି ରାଷ୍ଟ୍ରପତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, କଳାର ରାଜ୍ୟ ହେଉଛି ଓଡ଼ିଶା। ଓଡ଼ିଶାର ପରିଚୟ କୋଣାର୍କ ମନ୍ଦିର ବୋଲି କହିଛନ୍ତି।
ସେପଟେ ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବ ହେଉଛି NIT ରାଉରକେଲା। NITରାଉରକେଲାରୁ ଉତ୍ତୀର୍ଣ୍ଣ ଛାତ୍ର ସାରା ଦେଶରେ କାମ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି । ସାରା ଦେଶରେ ଓଡ଼ିଶାର ନାମ ଗର୍ବିତ କରିଛନ୍ତି NITର ଛାତ୍ରଛାତ୍ରୀ। ଏହାସହ NIT ଛାତ୍ରଛାତ୍ରୀଙ୍କ ସମାଜ ପ୍ରତି ଅନେକ ଅବଦାନ ରହିଥିବା କହିଛନ୍ତି ରାଷ୍ଟ୍ରପତି।

ରାଷ୍ଟ୍ରପତି ଡକ୍ଟର ରାମନାଥ କୋବିନ୍ଦଙ୍କ ପୂର୍ବରୁ ୨୦୦୩ରେ ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ୍ କଲାମ୍ ଷ୍ଟିଲସିଟି ଆସିଥିଲେ। NIT ରାଉରକେଲା ପ୍ରତିଷ୍ଠା ପରଠାରୁ କୌଣସି ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଏଠାକୁ ଆସୁଥିବାରୁ ଛାତ୍ରଛାତ୍ରୀ, ଅଧିକାରୀ ବେଶ୍ ଉତ୍ସାହିତ ଥିବା ଦେଖାଯାଇଛି।
ସେ ବାଳିକା ମାନଙ୍କୁ ନେଇ ମଧ୍ୟ ପ୍ରସଂଶା କରିଛନ୍ତି। ମୁଁ ୧୫୦କେନ୍ଦ୍ରୀୟ ଅନୁଷ୍ଠାନ ଗସ୍ତ କରିଛି। ଶିକ୍ଷାକ୍ଷେତ୍ରରେ ବାଳକଙ୍କ ତୁଳନାରେ ବାଳିକମାନେ ଅଧିକରୁ ଅଧିକ ପଦକ ପାଉଛନ୍ତି। ଅଧିକାଂସ କ୍ଷେତ୍ରରେ ବାଳକଙ୍କୁ ଟପି ଯାଉଛନ୍ତି ବାଳିକା ବୋଲି ରାଷ୍ଟ୍ରପତି କହିଛନ୍ତି। ସେହିପରି ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ କମ୍ ରହିଛି। ଟେକ୍ନିକାଲ ଏଜୁକେଶନକୁ ଅଧିକରୁ ଅଧିକ ବାଳିକା ଆସନ୍ତୁ ବୋଲି କହି ବାଳିକା ମାନଙ୍କୁ ଆହ୍ୱାନ କରିଛନ୍ତି।
୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମର ଅନ୍ତିମ ଦିନ ଅର୍ଥାତ ଆସନ୍ତାକାଲି, ରାଷ୍ଟ୍ରପତି ଶ୍ରୀଜୀଉଙ୍କ ଦର୍ଶନ ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଭ୍ରମଣ କରିବେ। ଏଥିପାଇଁ ଉଭୟ ଶ୍ରୀକ୍ଷେତ୍ର ଓ ଅର୍କକ୍ଷେତ୍ରରେ କାରକେଡ୍ ରିହର୍ସଲ ହୋଇଛି । ସୋମବାର ଦିନ ପ୍ରାୟ ୧୧ଟା ବେଳେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବେ ଡ. କୋବିନ୍ଦ। ଏହାପୂର୍ବରୁ ୨୦୧୮ରେ ମଧ୍ୟ ସେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଶ୍ରୀଜୀଉଙ୍କ ଦର୍ଶନ ପରେ କୋଣାର୍କ ଅଭିମୁଖେ ବାହାରିବେ ରାଷ୍ଟ୍ରପତି। ଅପରାହ୍ଣ ୪ଟାରେ ସୂର୍ଯ୍ୟ ମନ୍ଦିର ନିକଟରେ ଇଣ୍ଡିଆନ ଅଏଲ୍ ଫାଉଣ୍ଡେସନ୍ ଦ୍ୱାରା ନିର୍ମିତ ବାଖ୍ୟାନ କେନ୍ଦ୍ର ବୁଲି ଦେଖିବେ ବୋଲି ସୂଚନା ରହିଛି।












Click it and Unblock the Notifications