NIT ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
NIT ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମୁଖ୍ୟ ଅତିଥି ଭାବେ ରାଷ୍ଟପତି ଓ ରାଜ୍ୟପାଳ ଡ଼କ୍ଟର ଗଣେଶୀଲାଲ ଯୋଗ ଦେଇଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥିଭାବେ ଯୋଗ ଦେଇଛ
ରାଉରକେଲା: ଏନଆଇଟି ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମୁଖ୍ୟ ଅତିଥି ଭାବେ ରାଷ୍ଟପତି ଓ ରାଜ୍ୟପାଳ ଡ଼କ୍ଟର ଗଣେଶୀଲାଲ ଯୋଗ ଦେଇଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥିଭାବେ ଯୋଗ ଦେଇଛନ୍ତି । ଏହାସହ ଆଜି ଆଇଜିଏଚ ସୁପର ସ୍ପେସିଆଲିଟ ହସ୍ପିଟାଲର ଉଦଘାଟନ କରିବେ ରାଷ୍ଟପତି ରାମନାଥ କୋବିନ୍ଦ ।

ତେବେ ସମାବର୍ତ୍ତନ ଉତ୍ସବରେ ୫୪୪ ଜଣ ଛାତ୍ରଛାତ୍ରୀଙ୍କୁ ବିଟେକ ଡିଗ୍ରୀ, ୧୭ ଜଣଙ୍କୁ ବି ଆର୍କ, ୧୧୭ ଜଣଙ୍କୁ ଡୁଆଲ ଡିଗ୍ରୀ, ୭୫ ଜଣଙ୍କୁ ଇଣ୍ଟିଗ୍ରେଟେଡ ଏମ ଏସ ସି , ୪୨୪ ଜଣଙ୍କୁ ଏମ ଟେକ, ୧୨୫ ଜଣଙ୍କୁ ଏମ ଏସ ସି, ୨୧ ଜଣଙ୍କୁ ଏମ ଏ, ୨୫ ଜଣଙ୍କୁ ଏମ ବି ଏ, ୪ ଜଣଙ୍କୁ ଏମ ଟେକ ରିସର୍ଚ୍ଚ, ଏବଂ ୧୧୮ ଜଣଙ୍କୁ ପି ଏଚ ଡି ଡିଗ୍ରୀ ପ୍ରଦାନ କରାଯାଇଛି । ୬ଜଣଙ୍କୁ ସ୍ଵର୍ଣ୍ଣ ଓ ୭୦ ଜଣଙ୍କୁ ରୈପ୍ୟ ପଦକ, ୫ ଜଣଙ୍କୁ ଏଣ୍ଡୋମେଣ୍ଟ ସ୍ୱର୍ଣ ପଦକ, ୫ଜଣଙ୍କୁ ଏଣ୍ଡୋମେଣ୍ଟ ଆୱାର୍ଡ଼ ଓ ୮ ଜଣ ପୁରାତନ ଛାତ୍ରଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି।
ଏହାସହ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ପାଇଁ ଡକ୍ଟର କୁମାର ମଙ୍ଗଳମ ବିର୍ଲା, ପବ୍ଲିକ ଆଡମିନିଷ୍ଟ୍ରେସନ କ୍ଷେତ୍ରରେ ଅବଦାନ ପାଇଁ ଡକ୍ଟର ପ୍ରମୋଦ କୁମାର ମିଶ୍ର ଓ ଇଣ୍ଡିଆନ ଲିଟରେଚର ପାଇଁ ସିତାକାନ୍ତ ମହାପାତ୍ରଙ୍କୁ ଡକ୍ଟର ଅଫ ସାଇନସ୍ ଡିଗ୍ରୀରେ ସମ୍ମାନିତ କରାଯିବ। ଏହାସହ ଏକାଡେମିଆ ଓ ରିସର୍ଚ୍ଚ ପାଇଁ NITର ପୁରାତନ ଛାତ୍ର ଡକ୍ଟର ରାଜ କିଶୋର ପରମଗୁରୁ ଓ ଆଶୁତୋଷ ଦତ୍ତ ଙ୍କୁ ସମ୍ମାନିତ କରାଯିବ।
ଇଣ୍ଡଷ୍ଟ୍ରି ଓ ମ୍ୟାନେଜମେଣ୍ଟ ପାଇଁ ଏଆର ଭାଇସ ମାର୍ସଲ ଶୁଭଙ୍କ ଶେଖର ଲାହିରୀ ଇଞ୍ଜିନିୟର ଏସ ଏମ ବୈଦ୍ୟ, ଵିଷ୍ଣୁପଦ ସେଠୀ, ଏଫ ସି ମହାନ୍ତି, ଇଞ୍ଜିନିୟର ଭରତ ଭୁଷଣ ମହାନ୍ତି,ଓ ଗେରୀ କ୍ରୀଷ୍ନନଙ୍କୁ ସମ୍ମାନିତ କରାଯିବ ବୋଲି NIT ପଷରୁ ସୂଚନା ଦିଆଯାଇଛି।












Click it and Unblock the Notifications