ନାଇଜରର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେ ଶ୍ୱରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି । ଆଜି (ଜୁଲାଇ ୯, ୨୦୨୪) ଭୁବନେଶ୍ୱରଠାରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗ ଦେଇଛନ୍ତି ।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ନାଇଜରର ଯାତ୍ରା ଅଳ୍ପ କିଛି ବର୍ଷ ତଳୁ ଆରମ୍ଭ ହୋଇଛି, କିନ୍ତୁ କମ ସମୟ ମଧ୍ୟରେ ଏହା ଶିକ୍ଷା ଜଗତରେ ନିଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସୃଷ୍ଟି କରିଛି । ବିଜ୍ଞାନର ଯଥାର୍ଥତା ଓ ପରମ୍ପରାର ମୂଲ୍ୟବୋଧକୁ ସମନ୍ୱିତ କରି ଏହି ଅନୁଷ୍ଠାନ ଆଗକୁ ବଢ଼ୁଥିବାରୁ ସେ ଖୁସି ପ୍ରକଟ କରିଥିଲେ।

droupadi murmu

ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ ଅର୍ଥପୂର୍ଣ୍ଣ ଶିକ୍ଷା ଓ ଜ୍ଞାନ ହିଁ ମାନବିକତାର ଉନ୍ନତି ଓ ପ୍ରଗତି ପାଇଁ ବ୍ୟବହୃତ ହୁଏ । ସେମାନେ ଯେଉଁଠି କାମ କରିବେ, ନିଜ କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ। ନିଜ କର୍ମକ୍ଷେତ୍ରରେ ସଫଳତା ସାଙ୍ଗକୁ ସେମାନେ ନିଜର ସାମାଜିକ କର୍ତ୍ତବ୍ୟକୁ ମଧ୍ୟ ସମ୍ପୂର୍ଣ୍ଣ ଉତ୍ତରଦାୟିତ୍ୱ ସହ ନିର୍ବାହ କରିବେ ବୋଲି ସେ ଆଶା ପ୍ରକଟ କରିଥିଲେ । ସେ କହିଥିଲେ ଯେ ମହାତ୍ମା ଗାନ୍ଧୀ ସାତଟି ସାମାଜିକ ପାପର ସଂଜ୍ଞା ଦେଇଛନ୍ତି, ସେଥିମଧ୍ୟରୁ ଗୋଟିଏ ହେଉଛି ନିଷ୍ଠୁର ବିଜ୍ଞାନ। ଅର୍ଥାତ୍ ମାନବିକତା ପ୍ରତି ସମ୍ବେଦନଶୀଳତା ବିନା ବିଜ୍ଞାନକୁ ପ୍ରୋତ୍ସାହନ ଦେବା ଏକ ପାପ କରିବା ସହ ତୁଳନୀୟ । ଗାନ୍ଧିଜୀଙ୍କ ଏହି ବାର୍ତ୍ତାକୁ ସର୍ବଦା ମନେ ରଖିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ସର୍ବଦା ନିଜ ଭିତରେ ନମ୍ରତା ଓ ଅନୁସନ୍ଧାନ ଭାବନା ବଜାୟ ରଖିବାକୁ ରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେମାନେ ନିଜ ଜ୍ଞାନକୁ ଏକ ସାମାଜିକ ଉଦ୍ୟୋଗ ଭାବରେ ବିଚାର କରି ସମାଜ ଓ ଦେଶର ବିକାଶ ପାଇଁ ବ୍ୟବହାର କରିବେ ବୋଲି ସେ ଆଶା ପ୍ରକଟ କରି କହିଥିଲେ ।

ରାଷ୍ଟ୍ରପତି କହିଥିଲେ ଯେ ବିଜ୍ଞାନର ବରଦାନ ସାଙ୍ଗକୁ ଏହାର ଅଭିଶାପର ବିପଦ ସବୁବେଳେ ରହିଥାଏ। ଆଜି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦ୍ରୁତ ଗତିରେ ପରିବର୍ତ୍ତନ ଘଟୁଛି। ନୂତନ ବୈଷୟିକ ବିକାଶ ମାନବ ସମାଜକୁ ସାମର୍ଥ୍ୟ ପ୍ରଦାନ କରୁଛି, କିନ୍ତୁ ଏହା ସହିତ ଏହା ମାନବିକତା ପାଇଁ ନୂତନ ଆହ୍ୱାନ ମଧ୍ୟ ସୃଷ୍ଟି କରୁଛି । ସିଆରଆଇଏସପିଆର-ସିଏଏସ୯ ଭଳି ଜିନ୍ ଏଡିଟିଂକୁ ବହୁତ ସହଜ କରିଛି । ଅନେକ ଦୁରାରୋଗ୍ୟ ରୋଗର ସମାଧାନ ଦିଗରେ ଏହି ଟେକ୍ନୋଲୋଜି ଏକ ବଡ଼ ପଦକ୍ଷେପ । ତେବେ ଏହି ଜ୍ଞାନକୌଶଳର ବ୍ୟବହାର ଯୋଗୁଁ ନୈତିକ ଓ ସାମାଜିକ ସମସ୍ୟା ମଧ୍ୟ ଉପୁଜୁଥିବା ବେଳେ ଜେନେରେଟିଭ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଉନ୍ନତି ଯୋଗୁଁ ଅବିକଳ ନକଲ ବା ଡିପ ଫେକ୍‌ ସମସ୍ୟା ଓ ଅନେକ ନିୟାମକ ଆହ୍ୱାନ ସାମ୍ନାକୁ ଆସୁଛି ।

ରାଷ୍ଟ୍ରପତି କହିଥିଲେ ଯେ ମୌଳିକ ବିଜ୍ଞାନ କ୍ଷେତ୍ରରେ ପରୀକ୍ଷଣ ଏବଂ ଗବେଷଣା ଫଳାଫଳ ପାଇବା ପାଇଁ ଅନେକ କ୍ଷେତ୍ରରେ ବହୁତ ସମୟ ଲାଗିଥାଏ । ଦୀର୍ଘ ବର୍ଷ ଧରି ନିରାଶାର ସମ୍ମୁଖୀନ ହେବା ପରେ ଅନେକ ଥର ସଫଳତା ମିଳିଛି । ସେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ସେମାନେ ଏପରି ଏକ ପର୍ଯ୍ୟାୟ ଦେଇ ଗତି କରିପାରନ୍ତି ଯେତେବେଳେ ସେମାନଙ୍କ ଧୈର୍ଯ୍ୟର ପରୀକ୍ଷା ଦେବାକୁ ହେବ । କିନ୍ତୁ ସେମାନଙ୍କୁ କେବେ ବି ନିରୁତ୍ସାହିତ ହେବା ଉଚିତ୍ ନୁହେଁ। ମୌଳିକ ଗବେଷଣାର ଉନ୍ନତି ଅନ୍ୟ କ୍ଷେତ୍ରରେ ମଧ୍ୟ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୁଏ ବୋଲି ସର୍ବଦା ମନେ ରଖିବାକୁ ସେ ପରାମର୍ଶ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+