ବ୍ରହ୍ମକୁମାରୀ କେନ୍ଦ୍ରରେ ଲାଇଟ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କଲେ ରାଷ୍ଟ୍ରପତି
ଓଡ଼ିଶା ଗସ୍ତର ତୃତୀୟ ତଥା ଶେଷ ଦିନରେ ରାଜଭବନରୁ ବାହାରି ତମାଣ୍ଡୋ ସ୍ଥିତ ବ୍ରହ୍ମାକୁମାରୀ କେନ୍ଦ୍ରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଲାଇଟ୍ ହାଉସ୍ କଂପ୍ଲେକ୍ସର ଶିଳାନ୍ୟାସ କଲେ ରାଷ୍ଟ୍ରପତି ମୁର୍ମୁ। ପ୍ରଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମର ଆରମ୍ଭ ହୋଉଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉପସ୍ଥିତ ଅଛନ୍ତି।
ରାଜ୍ୟରେ ୧୩ଟି ଆଦିମ ଜନଜାତି ଥିବାବେଳେ ପୂର୍ବରୁ ମୟୁରଭଞ୍ଜରେ ୩ଟି ଗ୍ରୁପ ସହ ଆଲୋଚନା କରିସାରିଛନ୍ତି । ଆଜି ଆଉ ୧୦ଟି ଗ୍ରୁପର ୫୦ଜଣଙ୍କ ସହ ବୈଠକ କରିବେ । ଆଜି କାର୍ଯ୍ୟକ୍ରମ ସାରି ସଂଧ୍ୟାରେ ଦିଲ୍ଲୀ ଫେରିଯିବେ ମହାମହିମ ।

ବ୍ୟାପକ ପ୍ରସ୍ତୁତି ସହ ଚଳଚଞ୍ଚଳ ରାଜଧାନୀ । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗତକାଲି ପ୍ରଥମେ କଟକର ଅଧିଷ୍ଠାତ୍ରୀ ଦେବୀ ମା' ଚଣ୍ଡୀଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକ ଚଣ୍ଡି ମନ୍ଦିରରେ ପହଞ୍ଚି ମା'ଙ୍କ ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି ।
ଏହା ପରେ ଶୈଳବାଳା ମହିଳା ମହାବିଦ୍ୟାଳୟପରିଦର୍ଶନ କରି ମଧୁବାବୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟକୁ ଯାଇଥିଲେ। ପରେ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ହାଇକୋର୍ଟର ୭୫ ତମ ପ୍ରତିଷ୍ଠା ସମାରୋହର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ପରେ SCB ମେଡିକାଲ କଲେଜ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି। ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ।
ଭିଭିଆଇପି ସୁରକ୍ଷା ବ୍ୟବସ୍ଥାକୁ ଏଡ଼ାଇ ପ୍ରୋଟକଲ ଭାଙ୍ଗିଥିଲେ ରାଷ୍ଟ୍ରପତି । ଗାଡ଼ିରୁ ଓହ୍ଳାଇ ରାସ୍ତାରେ ପିଲାଙ୍କୁ ଭେଟିବା ସହ ଚକୋଲେଟ୍ ଦେଇଥିଲେ । ଏହି ସମୟରେ କୁନି କୁନି ପିଲାଙ୍କ ସହ କଥା ହୋଇ ଭବିଷ୍ୟତ ଗଠନ ଉପରେ ପରାମର୍ଶ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।












Click it and Unblock the Notifications