Get Updates
Get notified of breaking news, exclusive insights, and must-see stories!

ପ୍ରତିଷ୍ଠା ଦିବସ ପରେ ବଡ ଘୋଷଣା କଲେ ସଭାପତି ନବୀନ ପଟ୍ଟନାୟକ

ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ ସଂଗଠନ ପାଇଁ ୧୬୦ ଓ ଛାତ୍ର ସଂଗଠନ ପାଇଁ ୧୪୫ ଜଣିଆ ତାଲିକା ପ୍ରକାଶ ପାଇଛି। ପ୍ରତିଷ୍ଠା ଦିବସ ପରେ ତାଲିକା ଘୋଷଣା କରିଛନ୍ତି ନବୀନ।

bjd

ସେହିପରି ସୁପ୍ରିମୋ ଶନିବାର ୧୧ ସାଙ୍ଗଠନିକ ଜିଲା ପାଇଁ ତାଲିକା ପ୍ରକାଶ କରିଥିଲେ। ଏହି ଜିଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଗଜପତି, ଅନୁଗୋଳ, ମାଲକାନଗିରି, ସୋନପୁର, ଝାରସୁଗୁଡ଼ା ଏବଂ ଦେବଗଡ଼ ରହିଛି। ବୌଦ୍ଧ ଜିଲା ଲାଗି ୮ ଉପସଭାପତି, ୯ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୧୭ ଜଣ ସମ୍ପାଦକ ଭାବେ ଦାୟିତ୍ୱ ପାଇଛନ୍ତି। କନ୍ଧମାଳରେ ୮ ଉପସଭାପତି, ୨୧ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୨୦ ସମ୍ପାଦକ, ଦେବଗଡ଼ ଜିଲା ପାଇଁ ୪ ଉପସଭାପତି, ୪ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୮ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି। ଗଜପତି ଜିଲାରେ ୧୩ ଉପସଭାପତି, ୧୨ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୧୪ ସମ୍ପାଦକ ଭାବେ ଦାୟିତ୍ୱ ପାଇଛନ୍ତି। କେନ୍ଦୁଝର ଜିଲା ଲାଗି ୧୪ ଜଣ ଉପସଭାପତି, ୨୯ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୫ ଜଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି। ଅନୁଗୋଳ ଜିଲାରେ ୧୦ ଜଣ ଉପସଭାପତି, ୧୨ ଜଣ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୧୬ ଜଣଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ମାଲକାନଗିରିରେ ୨ ଉପସଭାପତି, ୯ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ, ୧୯ ଜଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲାରେ ୧୨ ଉପସଭାପତି, ୧୧ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୨୨ ଜଣ ସମ୍ପାଦକ ଭାବେ ଦାୟିତ୍ୱ ପାଇଛନ୍ତି। ଝାରସୁଗୁଡ଼ା ଜିଲାରେ ୭ ଉପସଭାପତି, ୪ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୧୪ ଜଣ ସମ୍ପାଦକ ଦାୟିତ୍ୱ ପାଇଛନ୍ତି। କଳାହାଣ୍ଡି ପାଇଁ ୯ ଉପସଭାପତି, ୯ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ୩୧ ଜଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ସୋନପୁର ଲାଗି ୧୧ ଉପସଭାପତି, ୧୨ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୨୫ ଜଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+