ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି, ହୋଟେଲ ନୁହେଁ ରାଜଭବନରେ ରହିବେ

ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୨୦ ତାରିଖ ଦିନ ୧୦.୪୦ରେ ପୁରୀସ୍ଥିତ ଗୌଡିଆ ମିସନ ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକି ସମାରୋହରେ ଯୋଗଦେବେ।

ପୁରୀ: ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୨୦ ତାରିଖ ଦିନ ୧୦.୪୦ରେ ପୁରୀସ୍ଥିତ ଗୌଡିଆ ମିସନ ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକି ସମାରୋହରେ ଯୋଗଦେବେ। ଆସନ୍ତାକାଲି ମଧ୍ୟାହ୍ନ ୧୨.୨୫ ମିନିଟରେ ଦିଲ୍ଲୀ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରିବେ ରାଷ୍ଟ୍ରପତି। ଭୁବନେଶ୍ୱର ବିମାନ ବନ୍ଦରରେ ୨.୨୫ରେ ପହଞ୍ଚିବେ।

President Kovind

ତେବେ ରାଷ୍ଟ୍ରପତିଙ୍କ ରହଣୀ ସ୍ଥଳରେ ହୋଇଛି ସାମାନ୍ୟ ପରିବର୍ତ୍ତନ । ଘରୋଇ ହୋଟେଲ ନୁହେଁ ପୁରୀ ରାଜଭବନରେ ଅବସ୍ଥାନ କରିବେ ରାଷ୍ଟ୍ରପତି କୋବିନ୍ଦ । ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ , ଦୁଇ ଦିନିଆ ପୁରୀ ଗସ୍ତରେ ଆସି ଫେବ୍ରୁଆରୀ ୧୯ ତାରିଖ ଅପରାହ୍ଣ ୨ଟା ୪୫ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ଅପରାହ୍ଣ ୩ଟା ୩୫ରେ ପୁରୀରେ ପହଞ୍ଚିବେ। ସେଠାରୁ ସେ ସିଧାସଳଖ ରାଜଭବନ ଯିବେ ।

ପୂର୍ବରୁ ରାଷ୍ଟ୍ରପତି ଏକ ଘରୋଇ ହୋଟେଲରେ ରହିବେ ବୋଲି ସୂଚନା ଦିଆଯାଇଥିଲା। ଏହାପରେ ଅପରାହ୍ଣ ୫ଟାରେ ସେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ। ସେ ଶ୍ରୀମନ୍ଦିରରେ ୪୫ ମିନିଟ୍ ରହିବେ। ସେହିଦିନ ରାତିରେ ସେ ପୁରୀରେ ରହିବେ।

ସୂଚନାଯୋଗ୍ୟ, ତୃତୀୟ ଥର ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଯେଉଁ ଯେଉଁ ସ୍ଥାନକୁ ଯିବେ ସେଠାରେ କେମିତି ସୁରକ୍ଷା ବ୍ୟବସ୍ଥା ରହିବ ତାହାର କଡ଼ା ଯାଞ୍ଚ କରୁଛନ୍ତି ଉଚ୍ଚସ୍ତରୀୟ ପୋଲିସ୍‌ ଅଧିକାରୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+