Get Updates
Get notified of breaking news, exclusive insights, and must-see stories!

ସାଙ୍ଗକୁ ଦେଖା କଲେ ରାଷ୍ଟ୍ରପତିଙ୍କ ଝିଅ ସ୍ବାତୀ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଝିଅ ସ୍ବାତୀ କୋବିନ୍ଦ ଆଜି ଭୁବନେଶ୍ବର କଳିଙ୍ଗନଗରରେ ତାଙ୍କ ସାଙ୍ଗକୁ ଭେଟିଛନ୍ତି।

ଭୁବନେଶ୍ବର: ଆଜି ଶେଷ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡିଶା ଗସ୍ତ । 3 ଦିନିଆ ଓଡିଶା ଗସ୍ତରେ ଆସିଲେ ରାଷ୍ଟ୍ରପତି କୋବିନ୍ଦ । ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଝିଅ ସ୍ବାତୀ କୋବିନ୍ଦ ଆଜି ଭୁବନେଶ୍ବର କଳିଙ୍ଗନଗରରେ ତାଙ୍କ ସାଙ୍ଗକୁ ଭେଟିଛନ୍ତି।

President Kovinds daughter

ସୂଚନାନୁସାରେ, କେ-୬ସ୍ଥିତ ଏଚ୍‌ଆଇଜି ପ୍ଲଟ ନମ୍ବର ୩୭ରେ ରହୁଥିବା ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଝିଅ ସ୍ବାତୀଙ୍କ ସାଙ୍ଗ। ତ୍ରିସ୍ତରୀୟ କମିସନରେଟ୍ ପୁଲିସ୍‌ର ସୁରକ୍ଷା ବ୍ୟବସ୍ଥା ଭିତରେ ସ୍ବାତୀ ତାଙ୍କ ସାଙ୍ଗଙ୍କୁ ଭେଟିବାକୁ ଆସିଥିଲେ। ଓଡ଼ିଶା ଆସି ସାଙ୍ଗକୁ ଦେଖା କରିବାକୁ ଭୁଲି ନଥିବାରୁ ସ୍ବାତୀଙ୍କୁ କଳିଙ୍ଗନଗରରେ ବେଶ୍ ପ୍ରଶଂସା କରାଯାଇଛି।

ସେପଟେ ଆଜି ଶେଷ ଦିନ ଓଡିଶା ଗସ୍ତରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପରେ କୋଣାର୍କ ମନ୍ଦିର ମଧ୍ୟ ବୁଲ ଦେଖିଛନ୍ତି । ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ ଓ ଝିଅ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସକାଳ ପ୍ରାୟ ୯ଟାରେ ରାଷ୍ଟ୍ରପତିଙ୍କୁ, ଗଜପତି ମହାରାଜ ସିଂହଦ୍ୱାର ନିକଟରେ ସ୍ୱାଗତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+