ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତ ମାସରେ ପୁରୀ ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି। ରାଷ୍ଟ୍ରପତି ପୁରୀର ଏକ କାର୍ଯ୍ୟକ୍ରମରେ ଯୋଗଦେବେ ।
ପୁରୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତ ମାସରେ ପୁରୀ ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି। ରାଷ୍ଟ୍ରପତି ପୁରୀର ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଫେବୃଆରୀ ୧୯ ତାରଖରେ ଆସି ୨୦ ତାରିଖ ଦିନ ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ମିଳିଛି ।

ପୁରୀ ଜିଲ୍ଲା ପ୍ରଶାସନ ପାଖରେ ଏନେଇ ଖବର ରହିଛି । ତେବେ ସରକାରୀ ଭାବେ ସେମାନଙ୍କ ନିକଟରେ ଏନେଇ କିଛି ସୂଚନା ନାହିଁ। ଅର୍ଥାତ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନ ପାଖକୁ ଏ ସମ୍ବନ୍ଧୀୟ କିଛି ଚିଠି ଆସି ନାହିଁ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ପ୍ରଶାସନକୁ ଯୋଗାଯୋଗ କରାଗଲା ପରେ ଯାଇ ରାଷ୍ଟ୍ରପତିଙ୍କ ଗସ୍ତ ସଂପର୍କରେ ସବିଶେଷ ସୂଚନା ମିଳିପାରିବ ବୋଲି କୁହାଯାଉଛି।












Click it and Unblock the Notifications